ଏସଏମସି କାରଖାନାର ଗଚ୍ଛିତ ଜଳ ନଷ୍ଟ କରୁଛି ଚାଷ ଜମି

ଏସଏମସି କାରଖାନାର ଗଚ୍ଛିତ ଜଳ ନଷ୍ଟ କରୁଛି ଚାଷ ଜମି
ଏସଏମସି କାରଖାନାର ଗଚ୍ଛିତ ଜଳ ନଷ୍ଟ କରୁଛି ଚାଷ ଜମି

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ହିର୍ମାସ୍ଥିତ ଏସଏମସି ପାୱାର ଜେନେରେସନ ଲିମିଟେଡ କାରଖାନର ଗଚ୍ଛିତ ଜଳ ଯୋଗୁଁ ଆଖପାଖ ଅଞ୍ଚଳର ଚାଷ ଜମି ନଷ୍ଟ ହେଉଥିବା କନ୍ଦାଗାଡ଼ ଗ୍ରାମର ଚାଷୀ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଏସଏମସି ପାୱାର ଗଚ୍ଛିତ ରଖିଥିବା ଜଳ କନ୍ଦାଗାଡ ଗ୍ରାମରେ ଥିବା ପ୍ରାୟ ୨୫ ଏକର ଚାଷ ଜମିକୁ କ୍ଷରଣ (ସିପେଜ) ହେଉଛି। ଏହାଦ୍ୱାରା ଏହି ଚାଷ ଜମିରେ ବର୍ଷ ତମାମ ପାଣି ଭରି ରହୁଛି। ଯାହା ଫଳରେ ଏହି ଜମିରେ କୌଣସି ପ୍ରକାର ଚାଷ ହୋଇ ପାରୁନାହିଁ ବୋଲି ଚାଷୀ ଦିଲ୍ଲୀପ ବଢାଇ କହିଛନ୍ତି। ସେ କହିଛନ୍ତି ପନି ପରିବା ହେଉ କି ଧାନ ହେଉ ସବୁ ପ୍ରକାର ଚାଷ ପାଇଁ ଉତ୍ତମ ଜମି ଦରକାର ହୋଇଥାଏ। ହେଲେ ତାଙ୍କ ଜମିରେ ଏସଏମସିର ସିପେଜ ପାଣି ସବୁବେଳେ ରହୁଥିବାରୁ ଜମିରେ  ଆଣ୍ଠୁଏ କାଦୁଅ ଭରି ରହିଛି। ଏସଏମସିର ଜଳ କିପରି ଚାଷ ଜମିକୁ ସିପେଜ ନହେବ ତାର ବ୍ୟବସ୍ଥା କରିବା ପାଇଁ ଚାଷୀମାନେ ଅନେକଥର ଏସଏମସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିସାରିଲେଣି। ଏସଏମସି କର୍ତ୍ତୃପକ୍ଷ ନଶୁଣିବାରୁ ଚାଷୀମାନେ ବହୁବାର ପ୍ରଶାସନର ମଧ୍ୟ ଦ୍ୱାରସ୍ତ ହୋଇ ସାରିଛନ୍ତି। ହେଲେ ପ୍ରଶାସନ ମଧ୍ୟ ନିରବ ଦ୍ରଷ୍ଟା।