ଏସପିଙ୍କ ଅଫିସ ସାମ୍ନାରେ ମା’-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଏସପିଙ୍କ ଅଫିସ ସାମ୍ନାରେ ମା’-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ
ଏସପିଙ୍କ ଅଫିସ ସାମ୍ନାରେ ମା’-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ:ଆଜି ଭଦ୍ରକ ଜିଲ୍ଲା ଏସପି ଅଫିସ ସାମ୍ନାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମା’ ଓ ପୁଅ ଏସପି ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

ନିଜ ଦେହରେ କିରୋସିନି ଢ଼ାଳି ଦିଆସିଲି ମାରିବା ବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା। ଜମିବାଡ଼ି ବିବାଦକୁ ନେଇ ପୁଲିସ ପାଖକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ସେମାନେ ଅଭିଯୋଗ କରିଛନ୍ତି।