Saturday, February 14, 2026
30.7 C
Odisha

    ଏହିଦିନ ମିଳିପାରେ ତୃତୀୟ ପର୍ଯ୍ୟାୟ ଟଙ୍କା! ଶୀଘ୍ର କରନ୍ତୁ ଆବେଦନ

    ଆଗକୁ ପଢନ୍ତୁ

    ସୁଭଦ୍ରା’ ଯୋଜନାକୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଅକ୍ଟୋବର ୯ ତାରିଖରେ ମିଳିଥିବାବେଳେ ଏବେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ଏନେଇ ସରକାର ପ୍ରସ୍ତୁତ ହେଲେଣି। ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ସୂଚନା ଦେଇଛନ୍ତି। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ କଲ ଯିବ ବୋଲି ପ୍ରଭାତୀ କହିଛନ୍ତି। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ ଯିବ ବୋଲି ସେ କହିଛନ୍ତି।

    ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ କଲ ଯିବ। ଫୋନ କରି ତ୍ରୁଟିକୁ ଠିକ କରିବାକୁ ପରାମର୍ଶ ଦିଆଯିବ। ଘରକୁ ଘର ଯାଇ ଅଙ୍ଗନାଓ୍ବାଡି କର୍ମୀ ଭୁଲ୍‌ ଠିକ କରିବେ। ଶେଷ ଯୋଗ୍ୟ ହିତାଧିକାରୀ ଯାଏ ଟଙ୍କା ମିଳିବ। ପରବର୍ତ୍ତୀ କିସ୍ତି ପାଇଁ ଠିକ ସମୟରେ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି। କୁହାଯାଉଛି ଯେ, ଦୀପାବଳିରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳିରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.7 ° C
    30.7 °
    30.7 °
    20 %
    4.2kmh
    23 %
    Sat
    31 °
    Sun
    33 °
    Mon
    34 °
    Tue
    34 °
    Wed
    35 °

    ସମ୍ବନ୍ଧିତ