Sunday, January 25, 2026
22.3 C
Odisha

    ଏହି ଦିଗରେ ମୁଣ୍ଡ କରି ଶୁଅନ୍ତୁ, ହେବ ନାହିଁ କୌଣସି ରୋଗ

    ଆଗକୁ ପଢନ୍ତୁ

    ଆଜିର ଦୁନିଆରେ ରୋଗ ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରାଯାଉଥିବା ବେଳେ ଏପରି କିଛି ରୋଗ ରହିଛି ଯାହା କେବଳ ଶୋଇବା ମାତ୍ରେ ଛୁ  ହୋଇଯାଏ । ତେବେ ଆପଣ ସବୁବେଳେ ସମସ୍ତଙ୍କୁ କହିବାର ଶୁଣିଥିବେ ଉତ୍ତର ଦିଗକୁ ମୁଣ୍ଡ ଶୋଇବା ଉଚିତ୍‌ ନୁହେଁ। ଏହାର କାରଣ କେବେ ଆପଣ ଭାବିଛନ୍ତି କି? ପ୍ରକୃତରେ ଏହା ପଛରେ ରହିଛି କିଛି ଜଣାଅଜଣା ବୈଜ୍ଞାନିକ ତଥା ଧାର୍ମିକ କାରଣ। ଯାହା ଦ୍ୱାରା ଶରୀର ସମ୍ବନ୍ଧିୟ ବିଭିନ୍ନ ରୋଗର ସମାଧାନ ମିଳିଥାଏ।

    ବିଜ୍ଞାନ ଅନୁସାରେ ପୃଥିବୀର ଦୁଇଟି ଯାକ ମେରୁ ଯଥା ଉତ୍ତର ଏବଂ ଦକ୍ଷିଣ ମେରୁ ଭିତରେ ଚୁମ୍ବକୀୟ ଶକ୍ତି ଅଛି । ଶାରୀରିକ ସଂରଚନା ଅନୁସାରେ ଆପଣଙ୍କ ମୁଣ୍ଡ ଉତ୍ତର ଦିଗରେ ଏବଂ ପାଦ ଦକ୍ଷିଣ ଦିଗରେ ରହିବା ଦ୍ୱାରା ଏହା ରୋଗ ପ୍ରତିରୋଧକର କାମ କରେ । ବିପରୀତ ଦିଗ ପରସ୍ପରକୁ ଆକର୍ଷିତ କରନ୍ତି ଏବଂ ସମାନ ଦିଗ ପ୍ରତିରୋଧକ ଭଳି କାମ କରନ୍ତି । ଯେଉଁଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ବୈଜ୍ଞାନିକ ମତ ଅନୁସାରେ ଦକ୍ଷିଣ ଦିଗକୁ ପାଦ ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଶକ୍ତି କମିଥାଏ। ସକାଳୁ ଉଠିଲା ବେଳେ ଦୁର୍ବଳ ଲାଗେ। ଯଦି ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବେ, ତା’ହେଲେ ଆପଣଙ୍କୁ ସତେଜ ଅନୁଭବ ହେବ।

    ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‌, ଅର୍ଥାତ ପାଦ ଉତ୍ତର ଦିଗକୁ ପାଦ ରହିବା ଦରକାର । ପୂର୍ବ ଦିଗ ହେଉଛି ଦେବତା ଓ ଅଲୌକିକ ଶକ୍ତିର ବାସ ସ୍ଥାନ । ସେଥିପାଇଁ ସେହି ଦିଗକୁ ପାଦ କରି ଶୋଇବା ଉଚିତ୍‌ ନୁହେଁ । ପୂର୍ବ ଦିଗକୁ ପାଦ ରଖି ଶୋଇବାକୁ ଅଶୁଭ କୁହାଯାଏ । କାହିଁ ନା ଏହି ଦିଗରେ ସୂର୍ଯ୍ୟ ଉଦୟ ହୁଏ । ବାସ୍ତୁଶାସ୍ତ୍ରକୁ ନିଜ ଜୀବନଶୈଳୀରେ ପ୍ରୟୋଗ କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    30 %
    0.3kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ