ଏହି ସହରରେ ମାର୍ଚ୍ଚ ୧୫ରୁ ଲକଡାଉନ

ଏହି ସହରରେ  ମାର୍ଚ୍ଚ ୧୫ରୁ ଲକଡାଉନ
ଏହି ସହରରେ  ମାର୍ଚ୍ଚ ୧୫ରୁ ଲକଡାଉନ

ଦେଶରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶର ଯେଉଁ ୬ଟି ରାଜ୍ୟରେ ସର୍ବାଧିକ କରୋନା ମାମଲା ସାମ୍ନାକୁ ଆସିଛି ସେଥିରୁ ମୁମ୍ବାଇ ଶୀର୍ଷରେ ରହିଛି। କରୋନା ମାମଲାକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏବେ ବଡ଼ ଫଇସଲା ନେଇଛନ୍ତି। ସରକାର ନାଗପୁର ସହରରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ନାଗପୁରରେ ଗତ ୨୪ ଘଣ୍ଟାରେ ୧,୫୧୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ନାଗପୁରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୩ହଜାର ୭୨୬ ହୋଇଥିବାବେଳେ ୪,୮୭୭ ଜଣଙ୍କର ମୃତ୍ୟୁ ଘଟିଛି।