ଏହି ୫ଟି ସମସ୍ୟା ଥିଲେ ଖାଆନ୍ତୁ ନାହିଁ କମଳା

ଏହି ୫ଟି ସମସ୍ୟା ଥିଲେ ଖାଆନ୍ତୁ ନାହିଁ କମଳା
ଏହି ୫ଟି ସମସ୍ୟା ଥିଲେ ଖାଆନ୍ତୁ ନାହିଁ କମଳା


ଶୀତ ଦିନେ ବଜାରରେ ବହୁ ପରିମାଣରେ କମଳା ଉପଲବ୍ଧ ହୁଏ। ଅନ୍ୟ ଋତି ତୁଳନାରେ ଏହି ଦିନେ କମଳା ଶସ୍ତାରେ ମିଳିଥାଏ। କରୋନା ସମୟରେ କମଳା ବହୁମାତ୍ରାରେ ବିକ୍ରି ହୋଇଥିଲା। କାରଣ ଏଥିରେ ଭିଟାମିନ ସି, ଫାଇବର, ଟିମିନ ଏ ଏବଂ ବି, ପୋଟାସିୟମ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଫସ୍‌ଫରସ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଅତ୍ୟଧିକ କମଳା ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଜାଣିବା ଏଭଳି ୫ ସମସ୍ୟା ଥିବା ଲୋକ ଏହାକୁ ଖାଇବା ଅନୁଚିତ୍‌।
ପେଟ ସମସ୍ୟା ଥିଲେ: ପେଟ ଜନିତ ସମସ୍ୟା ଥିଲେ ତୁରନ୍ତ କମଳା ଖାଇବା ଅନୁଚିତ୍‌। କାରଣ କମଳା ଖାଇବା ଦ୍ୱାରା ପେଟରେ ଏସିଡିଟି ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ କମଳାରେ ଥିବା ଫାଇବର ଡାଇରିଆ ଭଳି ସମସ୍ୟାରେ ଆକ୍ରାନ୍ତ ହେବାକୁ ପଡ଼ିପାରେ।

ଦାନ୍ତ ଖରାପ: 

କମଳା ଦାନ୍ତ ପାଇଁ କ୍ଷତିକାରକ। କମଳାରେ ଏସିଡ୍‌ ଥାଏ ଯାହାକି ଇନେମଲ ଏବଂ କ୍ୟାଲସିୟମ ସହିତ ମିଶି ସଂକ୍ରମଣ କରିଥିଲ। ଯେଉଁଥିରେ ଦାନ୍ତ ଧୀରେ ଧୀରେ ଖରାପ ହୋଇଥାଏ।

ଏସିଡିଟି:

 ଏସିଡିଟି ପରି ସମସ୍ୟା ଥିଲେ, କମଳା ଖାଇବା କ୍ଷତିକାରକ। ଏହା ଦ୍ୱାରା ପେଟରେ ଗ୍ୟାସ ଏବଂ ଛାତିରେ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଖାଲି ପେଟରେ ଖାଆନ୍ତୁ ନାହିଁ: ଖାଲି ପେଟରେ କମଳା ଆଦୌ ହେଲେ ଖାଇବା ଅନୁଚିତ୍‌। ଏହା ବ୍ୟତିତ ରାତିରେ କମଳା ଖାଇବା ଅନୁଚିତ୍‌। କାରଣ ରାତିରେ କମଳା ଖାଇବା ଦ୍ୱାରା ଥଣ୍ଡା ହୋଇପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ, ଶିଶୁମାନେ କମଳା ଖାଇବା ଅନୁଚିତ୍‌। କାରଣ କମଳାରେ ଏସିଡ୍‌ ଥାଏ, ଯାହାକି ପେଟ ସମସ୍ୟା ସୃଷ୍ଟି କରିପାରେ।