ଏୟାରପୋର୍ଟ ପାଇଁ ନୂଆ ଏସଓପି, ବିଦେଶ ଫେରନ୍ତାଙ୍କର ନମୁନା ପରୀକ୍ଷା ବାଧ୍ୟତାମୂଳକ

ଏୟାରପୋର୍ଟ ପାଇଁ ନୂଆ ଏସଓପି, ବିଦେଶ ଫେରନ୍ତାଙ୍କର ନମୁନା ପରୀକ୍ଷା ବାଧ୍ୟତାମୂଳକ
ଏୟାରପୋର୍ଟ ପାଇଁ ନୂଆ ଏସଓପି, ବିଦେଶ ଫେରନ୍ତାଙ୍କର ନମୁନା ପରୀକ୍ଷା ବାଧ୍ୟତାମୂଳକ

ଭୁବନେଶ୍ୱର,  ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ସଂକ୍ରମଣ ଏବେ ଚିନ୍ତା ଦ୍ୱିଗୁଣିତ କରିଛି। ପୂର୍ବରୁ ଦେଶରେ ଭୂତାଣୁର ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ଚିହ୍ନଟ ହେବାପରେ ଏବେ ଭୁବନେଶ୍ୱରରୁ ବ୍ରିଟେନ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ରିଟେନ ଫେରନ୍ତା ୩୪ ବର୍ଷୀୟ ବ୍ୟକ୍ତି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳର ହୋଇଥିବାବେଳେ ସେ ଗତ ୧୮ ତାରିଖରେ ଭୁବନେଶ୍ୱର ଫେରିଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିକଟରୁ ସୂଚନା ମିଳିଛି। ବିମାନବନ୍ଦରରେ ସତର୍କତା ଅବଲମ୍ବନ କରିବାକୁ ମଙ୍ଗଳବାର ରାଜ୍ୟ ସରକାର ଅବଗତ କରାଇଥିବାବେଳେ ବୁଧବାର ଚିହ୍ନଟ ପଜିଟିଭ୍ ପାଇଁ ବିମାନବନ୍ଦରରେ ଏବେ ନୂଆ ଏସଓପି ଜାରି ହୋଇଛି।
ଏସଓପି ଅନୁସାରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ବିମାନବନ୍ଦର ଟର୍ମିନାଲ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ କରାଯାଉଛି।

ସମସ୍ତ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷଣ ବାଧ୍ୟତାମୂଳକ କରାଯାଇଥିବାବେଳେ ୫୫ ବର୍ଷରୁ ଅଧିକ ଯାତ୍ରୀଙ୍କ ଆଣ୍ଟିଂଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ଭୁବନେଶ୍ୱର ବିମାନବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟଙ୍କ କହିଛନ୍ତି। ସେହିପରି ବିମାନ ବନ୍ଦରରେ ବିଏମସି ପକ୍ଷରୁ ମେଡ଼ିକାଲ ଟିମ ବ୍ୟବସ୍ଥା କରାଯାଇଛି। ଉକ୍ତ ଟିମ୍ ଯାତ୍ରୀଙ୍କୁ ଯାଞ୍ଚ କରିବ ଓ ବିଦେଶ ଫେରନ୍ତା ଯାତ୍ରୀଙ୍କୁ କ୍ୱାରାଣ୍ଟାଇନରେ ରଖିବ। ବର୍ତ୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହଥିବାବେଳେ ୨୭ ବିମାନ ଯାଉଛି ଓ ୨୭ ବିମାନ ଆସୁଥିବା କାର୍ଯ୍ୟକାରୀ ନିର୍ଦ୍ଦେଶକ ରାୟ କହିଛନ୍ତି।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିମାନ ବନ୍ଦର ଉପରେ ବିଏମସି କଡ଼ା ନଜର ରଖିଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।ଜ