ଓଏନଜିସିର ୩ କର୍ମଚାରୀଙ୍କୁ ଅପହରଣ

ଓଏନଜିସିର ୩ କର୍ମଚାରୀଙ୍କୁ ଅପହରଣ
ଓଏନଜିସିର ୩ କର୍ମଚାରୀଙ୍କୁ ଅପହରଣ

ଆସାମର ଶିବସାଗର ଜିଲ୍ଲାରେ ଥିବା ଓଏନଜିସିର ୩ ଜଣ କର୍ମଚାରୀଙ୍କୁ ଆଜି କିଛି ଅଜଣା ବ୍ୟକ୍ତି ଲକୱା ଫିଲ୍ଡ ନିକଟରୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିବା ଜଣାପଡ଼ିଛି। ଅପହୃତାଙ୍କ ମଧ୍ୟରେ ୨ ଜଣ ଜୁନିଅର ଇଞ୍ଜିନିୟର ଓ ଜଣେ ଜୁନିଅର ଟେକ୍ନିସିଆନ ଥିବା ବେଳେ ସେମାନଙ୍କୁ ଓଏନଜିସି ଗାଡ଼ି ସହିତ ଅପହରଣ କରାଯାଇଥିଲା। ପରେ ଗାଡ଼ିଟି ଆସାମ-ନାଗାଲାଣ୍ଡ ବର୍ଡର ନିକଟ ଏକ ଜଙ୍ଗଲରୁ ଜବତ ହୋଇଛି।

ଏହି ଘଟଣାପରେ ପୁଲିସ ତତ୍ପରତା ଦେଖାଇ ସମସ୍ତ ରୁଟରେ ଯାଞ୍ଚ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଅପହୃତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।