ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୧୯୨ ନୂଆ କରୋନା ପଜିଟିଭ; ୩ ମୃତ

ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୧୯୨ ନୂଆ କରୋନା ପଜିଟିଭ; ୩ ମୃତ
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ୧୯୨ ନୂଆ କରୋନା ପଜିଟିଭ; ୩ ମୃତ

୨୪ ଘଣ୍ଟା ରାଜ୍ୟରେ ୨୪ ଟି ଜିଲ୍ଲାରୁ ୧୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୧୯୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୩୩ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏହା ପରେ ଅନୁଗୁଳ ରହିଛି। ସେହିପରି କରୋନାରେ ମୃତ୍ୟୁ ଘଟିଥିବା ୩ ଜଣଙ୍କ ଭିତରେ ବଲାଙ୍ଗିର, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ହଜାର ୪୦୮ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୨୫ ହଜାର ୯୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୮୩ ଜଣଙ୍କର ମୃତ୍ୟୁ ହୋଇଛି।