Thursday, February 12, 2026
23.3 C
Odisha

    ଓଡ଼ିଆ ଅସ୍ମିତାକୁ ନେଇ ବିଜେପିକୁ ଘେରିଲା ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିର ପ୍ରେସମିଟ। ଓଡ଼ିଆ ଅସ୍ମିତାକୁ ନେଇ ବିଜେପିକୁ ଘେରିଲା ବିଜେଡି। ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ପ୍ରତିକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ବ୍ୟାସ କବି ଫକୀର ମୋହନ ସେନାପତି ଜଣେ ସାହିତ୍ୟର ମହାନ ସ୍ରଷ୍ଟା, କିନ୍ତୁ ଅଭିଳାଷ ପଣ୍ଡା କହିଛନ୍ତି ଯେ ବ୍ୟାସ କବି ବ୍ରିଟିଶଙ୍କ ଚାମଚା । ସେ ତେଲମାଲିସ କରୁଥିଲେ। ଉତ୍କଲ ସମ୍ମିଳନୀକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହା ନିନ୍ଦନୀୟ। ବିଜେପି ନେତା ମାନେ ଓଡ଼ିଶାରେ ପଢ଼ିଛନ୍ତି ତ’ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି । ଭାରତୀୟ ଜନତା ଯୁବ ମୋର୍ଚ୍ଚା କାହାକୁ ଓଡ଼ିଆ ଅସ୍ମିତା ବୋଲି କହୁଛି। ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୨୭୦୦୦ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ। ହେଲେ ସେହି ଶିକ୍ଷକମାନେ କଣ ପିଲାଙ୍କୁ ଶିଖାଇବେ ଯେ ବ୍ୟାସ କବି କଣ ବ୍ରିଟିଶଙ୍କର ଚାଟୁକାର। ଇତିହାସକୁ କଦର୍ଥ କରୁଛି ବିଜେପି। ଯାହା ସଭ୍ୟ ସଂସ୍କୃତି ଗ୍ରହଣ କରିପାରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କଣ କେବଳ ଓଡ଼ିଆ ଅସ୍ମିତା କହି ଖସିବେ ? । ରଥଯାତ୍ରା ଘଟଣାରେ ଏବେ ଯାଏ କାହିଁକି ମୁଁହ ଖୋଲା ଯାଉନାହିଁ ବିଜେପି ତେବେ କାହାକୁ ଓଡ଼ିଆ ଅସ୍ମିତା କହୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    28 %
    1.8kmh
    0 %
    Thu
    25 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ