Friday, February 13, 2026
17.9 C
Odisha

    ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରାନ୍ତି ଆଣିଛି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ହୋଇଛି ବିଦାୟୀ ନବୀନ ସରକାରଙ୍କ ସ୍ୱାସ୍ଥ୍ୟ ସେବା ରୂପାନ୍ତରଣ ତତ୍‌କାଳୀନ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଣିଥିବା ରୂପାନ୍ତରଣକୁ ସ୍ୱୀକୃତି ଦେଇଛନ୍ତି କେନ୍ଦ୍ର ସରକାର। ଭାରତ ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆକାଉଣ୍ଟସ୍‌ (ଏନ୍‌ଏଚ୍‌ଏ)ର ଆକଳନ ଅନୁଯାୟୀ, ଓଡ଼ିଶାରେ ଗତ ୬ ବର୍ଷ ମଧ୍ୟରେ ସାଧାରଣଲୋକଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବାବଦ ବ୍ୟୟ ବୋଝ ଅଧା କମିଛି। ୨୦୧୫-୧୬ରେ ରାଜ୍ୟରେ ଲୋକେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ବାବଦରେ ୭୧.୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଥିବାବେଳେ ୨୦୨୧-୨୨ରେ ଏହା ୩୭.୧ ପ୍ରତିଶତକୁ ହ୍ରାସ ପାଇଛି। ଅନୁରୂପ ଭାବରେ ନିଜସ୍ୱ ସ୍ୱାସ୍ଥ୍ୟ ସେବା ବା ଚିକିତ୍ସା ନିମନ୍ତେ ଓଡ଼ିଶାର ଲୋକମାନେ କେରଳ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ପରି ରାଜ୍ୟବାସୀଙ୍କଠାରୁ ବ୍ୟକ୍ତିଗତ ଭାବରେ କମ୍‌ ଅର୍ଥ ବ୍ୟୟ କରୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।
    ପ୍ରକାଶିତ ତଥ୍ୟ ଅନୁସାରେ ୨୦୧୬ରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ୩୭୮୬ ଟଙ୍କା ଥିବାବେଳେ ୨୦୨୨ରେ ଏହା ୫୭୪୯ ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ତତ୍‌କାଳୀନ ସରକାରଙ୍କ କଲ୍ୟାଣକାରୀ ଯୋଜନା ପ୍ରଣୟନ ଦ୍ୱାରା ରାଜ୍ୟବାସୀ ବେଶ୍‌ ଉପକୃତ ହୋଇଛନ୍ତି। ମୁଣ୍ଡପିଛା ସ୍ୱାସ୍ଥ୍ୟ ସେବା ବ୍ୟୟ ବୃଦ୍ଧି ସତ୍ତ୍ବେ ଲୋକମାନେ ନିଜ ପକେଟ୍‌ରୁ ପୂର୍ବାପେକ୍ଷା ଯଥେଷ୍ଟ କମ୍‌ ଅର୍ଥ ଖର୍ଚ୍ଚ କରୁଛନ୍ତି ଓ ମୁଣ୍ଡପିଛା ବ୍ୟକ୍ତିଗତ ବ୍ୟୟ ୨୬୯୩ ଟଙ୍କାରୁ ୨୧୩୩ ଟଙ୍କାକୁ ହ୍ରାସ ପାଇଛି। ବିଦାୟୀ ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବା ସହ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ବିଶେଷ ସୁପ୍ରଭାବ ପକାଇଥିବା କୁହାଯାଉଛି। ୨୦୧୮ ମସିହାରେ ତତ୍କାଳୀନ ବିଜେଡି ସରକାର ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ