Thursday, January 22, 2026
27.9 C
Odisha

    ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ମାସ ୨୭ରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ବିଦ୍ୟାର୍ଥୀ ଅନ୍‌ଲାଇନରେ ଆବେଦନ କରିବେ। ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି। ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ପରୀକ୍ଷା ହେବ। ମେ’ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏପରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହାକୁ ୨୦୨୫ ଡିସେମ୍ବର ୨୨ରେ ହୋଇଥିବା ପଲିସି ପ୍ଲାନିଂ ପରିଷଦ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।

    ବିଭାଗ ତଥ୍ୟାନୁଯାୟୀ, ବି. ଫାର୍ମା, ଏମସିିଏ, ଏମ.ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମବିଏ, ବି. କାଟ, ନର୍ସିଂ, ଏମ.ଟେକ, ଏମ.ଟେକ (ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ବି.ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ। ପ୍ରସ୍ତୁତ କ୍ୟାଲେଣ୍ଡରରେ ଜୁନ ଦ୍ୱିତୀୟ ସପ୍ତାହରେ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ, ବିଡିଏସ, ବିଏଏମଏସ, ବିଏଚଏମଏସ ନାମଲେଖାକୁ ଛାଡ଼ି ଅନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେବ। ଜୁନ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦ୍ୱିତୀୟ ଓଜେଇଇ ତଥା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ବି. ଟେକ, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ/ଏମବିଏ/ଏମସିଏ ପାଠ୍ୟକ୍ରମରେ ନାମଲେଖା ହେବ। ଜୁନ ୨୫ରୁ ୩୦ ମଧ୍ୟରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନସେଲିଂ ପ୍ରକ୍ରିୟା ଶେଷ ହେବ। ଅଗଷ୍ଟ ୧ରୁ ୧୫ ମଧ୍ୟରେ ମହାବିଦ୍ୟାଳୟ ସ୍ତରରେ ନାମଲେଖା ପ୍ରକ୍ରିୟା ଚାଲିବ। ଏଆଇସିଟିଇ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଅଗଷ୍ଟ ୧୫ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ଏମ୍‌ବିବିଏସ୍, ବିଡିଏସ୍ ଓ ସମସ୍ତ ଆୟୁଷ ପାଠ୍ୟକ୍ରମ ପାଇଁ କାଉନସେଲିଂ ସରକାରଙ୍କ ନିର୍ଦେଶ ଅନୁଯାୟୀ ହେବ। ସମସ୍ତ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ପଦ୍ଧତିରେ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    26 %
    2.4kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    31 °
    Mon
    32 °

    ସମ୍ବନ୍ଧିତ