Saturday, January 24, 2026
15.1 C
Odisha

    ଆସାମ ପରେ ଓଡିଶାରେ ଦେଶର ୨ୟ ସର୍ବବୃହତ୍‌ ଭାୟାଡକ୍ଟ ରେଳ ବ୍ରିଜ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି। ଏହି ପ୍ରକଳ୍ପରେ ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ନିର୍ମାଣ କରାଯାଇଛି ଯାହା ପରିବେଶ, ବନ୍ୟଜନ୍ତୁ ସୁରକ୍ଷା ସହିତ ଜଳସେଚନ ପ୍ରକଳ୍ପ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ୨୦୨୬ ଅଗଷ୍ଟ ସୁଦ୍ଧା ଏହା ଉପରେ ଟ୍ରେନ୍ ଚଳାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୂମିଠାରୁ ୮୦ ଫୁଟ୍‌ ଉଚ୍ଚତାରେ ଥିବା ଏହି ସେତୁ ଉପରେ ଟ୍ରେନ୍ ଯିବା ସମୟରେ ଯାତ୍ରୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଆନନ୍ଦ ପାଇବେ। ଏହି ରେଳ ଲାଇନରେ ମୋଟ ୭ଟି ଟନେଲ ଥିବା ବେଳେ ୪ଟି ଭାୟାଡକ୍ଟ ସେତୁ (୬.୯୪ କିମି) ନିର୍ମାଣ କରାଯାଉଛି। ଆସାମ ପରେ ଦେଶର ଦ୍ବିତୀୟ ସର୍ବାଧିକ ଦୈର୍ଘ୍ୟ ବିଶିଷ୍ଟ ଭାୟାଡକ୍ଟ ସେତୁ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ରେ ନିର୍ମାଣ କରାଯାଉଛି। ଆସାମରେ ଥିବା ଭାୟାଡକ୍ଟ ସେତୁର ଲମ୍ବର ୫ କିମି ହୋଇଥିଲା ବେଳେ ଓଡ଼ିଶାରେ ଏହାର ଲମ୍ବ ହେଉଛି ୪.୮ କିଲୋମିଟର। ଏହା ନିର୍ମାଣ କରିବା ପଛରେ ବଡ଼ କାରଣ ହେଉଛି ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା। ବହୁ ଉଚ୍ଚରେ ଟ୍ରେନ୍ ଯିବା ହେତୁ ତଳେ ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁଙ୍କ ଚଳ ପ୍ରଚଳରେ କୌଣସି ବାଧା ରହିବ ନାହିଁ। ଗତ ବର୍ଷ ଜାନୁଆରୀ ମାସରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ଏହା ଛଡ଼ା ଟ୍ରାକ୍, ବିଦ୍ୟୁତ୍‌ ଓ ସିଗନାଲ ବ୍ୟବସ୍ଥାର ମରାମତି ବହୁତ ସହଜ ହେବ। ଭୟାଡକ୍ଟ ସେତୁ ନିର୍ମାଣ କରିବା ଫଳରେ ସଂରକ୍ଷିତ ଜଙ୍ଗଲ ଜମି ଅଧିଗ୍ରହଣ କରିବା ଆବଶ୍ୟକ ନୁହେଁ। ସେହିପରି ନିକଟରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ଯେଉଁ ପଛୁଆ ପାଣି ଆସିବ ତାହା ଏହି ଭାୟାଡକ୍ଟ ସେତୁ ତଳେ ପ୍ରବାହିତ ହେବ। ବୃତ୍ତଙ୍ଗ ପ୍ରକଳ୍ପ ହେଉଥିବାରୁ ସେତୁ ନିର୍ମାଣ ପୂର୍ବରୁ ରାଜ୍ୟ ଜଳସେଚନ ବିଭାଗ ଓ ରେଳବାଇ ମିଳିତ ଭାବେ ପ୍ରାୟ ୬ ମାସ ଧରି ସର୍ଭେ ଓ କ୍ଷେତ୍ର ପରିଦର୍ଶନ କରିବା ପରେ ସବୁଜ ସଙ୍କେତ ଦିଆଯାଇଥିଲା। ଏହା ପୂର୍ବରୁ ଭାୟାଡକ୍ଟର ଉଚ୍ଚତା ବୃଦ୍ଧି କରିବାକୁ ପଡ଼ିଥିଲା। ଦଶପଲ୍ଲା-ପୁରୁଣାକଟକ ମଧ୍ୟରେ ଘଞ୍ଚ ଜଙ୍ଗଲ ରହିଥିବା ବେଳେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଅଧିକ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.1 ° C
    15.1 °
    15.1 °
    78 %
    1.7kmh
    0 %
    Sat
    29 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ