Friday, February 13, 2026
17.9 C
Odisha

    ଓଡିଶା ଚାଷୀ ଜଳକା: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

    ଆଗକୁ ପଢନ୍ତୁ

    ବାରିପଦା: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ଥିବା ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି। ସମସ୍ତ ଧାନକୁ ଟ୍ରକ୍‌ ଯୋଗେ ଆଣି ରାଇରଙ୍ଗପୁରସ୍ଥିତ ଏକ ଧାନ ମିଲ୍‌ରେ ରଖାଯାଇଛି। ପ୍ରାୟ ୫୫୦ କୁଇଣ୍ଟାଲ ଧାନ ଜବତ ହୋଇଥିବା ବେଳେ ଏହାର ସରକାରୀ ମୂଲ୍ୟ ୧୭ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ପ୍ରଶାସନର ଏଭଳି ଚଢ଼ାଉ ପରେ ବେପାରୀମାନଙ୍କ ମଧ୍ୟରେ ଛନକା ପଶିଛି। ମାତ୍ର ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ମୁକୁଳା ପଡ଼ିଛି। ପ୍ରଶାସନ ପକ୍ଷରୁ ସିସିଟିଭି କିମ୍ବା ଚେକ୍‌ ପୋଷ୍ଟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ତାହା କେବଳ କାଗଜ କଲମରେ ସୀମିତ ରହିଛି। ଏହାକୁ ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାପାଳ ହେମକାନ୍ତ ସୟ ଖୁବ୍‌ଶୀଘ୍ର ଚେକ୍‌ ପୋଷ୍ଟ ନିର୍ମାଣ କରିବା ସହ ସୀମା ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
    ସୂଚନା ଅନୁଯାୟୀ, ଜିଲାର ସୀମାକୁ ଲାଗି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ରହିଛି। ଏହି ୨ ରାଜ୍ୟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ କୌଣସି ଚେକ୍‌ ପୋଷ୍ଟ ନାହିଁ କିମ୍ବା ସିସି କ୍ୟାମେରା ଲଗାଯାଇ ନାହିଁ। ସେହିପରି ସୀମାନ୍ତରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ପଟେ ଧାନ ଆଣି ଜିଲାରେ ରଖାଯାଉଛି। ଏପରିକି ଧାନର ଆମଦାନୀ ଉପରେ କୌଣସି ପ୍ରତିବନ୍ଧକ ରହୁ ନ ଥିବାରୁ ଖୁଲମଖୁଲା ପରିବହନ କରାଯାଉଛି। ଜିଲାର ରାଇରଙ୍ଗପୁର ଉପଖଣ୍ଡ ତିରିଂ-ଝାଡ଼ଖଣ୍ଡ ଜାତୀୟ ରାଜପଥ, ବହଳଦା-ଚାଇଁବସା ରାଜ୍ୟ ରାଜପଥ, ସାରସକଣା ବ୍ଲକ୍‌ ସୀମାନ୍ତ ପାକଟିଆରୁ ଝାଡ଼ଖଣ୍ଡ ରାଜ୍ୟ ମୂଷାବଣୀ ଓ ଜାମଶୋଳ-ବହଡ଼ାଗୋଡ଼ା ଏବଂ ଜାମଶୋଳାରୁ ପଶ୍ଚିମବଙ୍ଗ ରାଜ୍ୟ ଗୋପୀବଲ୍ଲଭପୁର ରାସ୍ତା,ରାସଗୋବିନ୍ଦପୁର ବ୍ଲକ୍‌ ସୁବାନଡିହଠାରୁ ପଶ୍ଚିମବଙ୍ଗର ନୟାଗ୍ରାମ ଥାନା ଅଧୀନ ପାଇଲଟଛକ, ମୋରଡ଼ା ବ୍ଲକ୍‌ ପଳାଶମୁଣ୍ଡୁଳୀରୁ ପଶ୍ଚିମବଙ୍ଗ ଧୂମସାହି, ଶୁଳିଆପଦା ବ୍ଳକ୍‌ ବାଘଡ଼ାରୁ ପଶ୍ଚିମବଙ୍ଗ ବାଲିଗଡ଼ିଆ, ଚକଶୁଳିଆପଦାରୁ ପଶ୍ଚିମବଙ୍ଗ ଗୋପୀବଲ୍ଲଭପୁର ସଂଯୋଗ ରାସ୍ତାଗୁଡ଼ିକରେ କୌଣସି ଚେକ୍‌ପୋଷ୍ଟ ନ ଥିବା ବେଳେ ସିସି କ୍ୟାମେରା ମଧ୍ୟ ଲଗାଯାଇ ନାହିଁ। ଫଳରେ ଉଭୟ ରାଜ୍ୟରେ ଧାନର ଏମ୍‌ଏସ୍‌ପି ମୂଲ୍ୟ ସହିତ ସବ୍‌ସିଡି ଇନ୍‌ପୁଟ୍‌ ହାତେଇବା ପାଇଁ ବେଧଡକ ଧାନ ପରିବହନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ