ଓଲଟି ପଡ଼ିଲା ‘ଡଲଫିନ’ ବସ୍‌

ଓଲଟି ପଡ଼ିଲା ‘ଡଲଫିନ’ ବସ୍‌

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମସିନାଗୋରା ନିକଟରେ ‘ଡ଼ଲଫିନ’ ନାମକ ବସ୍‌ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପ୍ରାୟ ୩୮ ଯାତ୍ରୀଙ୍କୁ ନେଇ ବସଟି କଟକରୁ ରାୟପୁର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି।

ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୩୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ପାଇଛନ୍ତି। ଆହତମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ଚାରିଟା ସମୟରେ ବସଟି କଟକରୁ ରାୟପୁର ଯାଉଥିବା ବେଳେ ମସିନାଗୋରା ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା। ତେବେ ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି। ଏଥିସହ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଯାଇଛି।