Friday, June 12, 2026
39 C
Odisha

    ଓ୍ବକ୍‌ଫ ବୋର୍ଡ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରିକଲେ ଆନ୍ଧ୍ର ସରକାର

    ଆଗକୁ ପଢନ୍ତୁ

    ରାଜ୍ୟ ଓ୍ବକଫ୍‌ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଯୋଗୁ ଦୀର୍ଘଦିନ ହେବ ଏହା ଅଚଳ ହୋଇ ରହିଛି। ତେଣୁ ଓ୍ବକ୍‌ଫ ବୋର୍ଡ ଭାଙ୍ଗିବା ପାଇଁ ଶନିବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଉକ୍ତ ପ୍ରସଙ୍ଗ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୧ରେ ଶେକ୍‌ ଖାଜାଙ୍କୁ ମୁତାଓ୍ବାଲ, ବିଧାୟକ ହାଫିଜ ଖାନ୍‌ ଏବଂ ବିଧାନ ପରିଷଦ ସଦସ୍ୟ ରୁହୁଲ୍ଲାଙ୍କୁ ସଦସ୍ୟ ନିର୍ବାଚନ କରାଯାଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ଓ୍ବାକ୍‌ଫ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଖାଜାଙ୍କ ନିର୍ବାଚନ ଏବଂ ଓ୍ବକ୍‌ଫ ବୋର୍ଡ ଗଠନ ପାଇଁ ଜିଓ ୪୭ର ବୈଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଫଳରେ ହାଇକୋର୍ଟ ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39 ° C
    39 °
    39 °
    30 %
    1.9kmh
    30 %
    Fri
    40 °
    Sat
    41 °
    Sun
    41 °
    Mon
    42 °
    Tue
    41 °

    ସମ୍ବନ୍ଧିତ