ଓଡ଼ିଶା ବନ୍ଦ: ପାଟଣାଗଡ଼ରେ ମିଶ୍ରିତ ପ୍ରଭାବ

ଓଡ଼ିଶା ବନ୍ଦ: ପାଟଣାଗଡ଼ରେ ମିଶ୍ରିତ ପ୍ରଭାବ
ଓଡ଼ିଶା ବନ୍ଦ: ପାଟଣାଗଡ଼ରେ ମିଶ୍ରିତ ପ୍ରଭାବ

ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତା ସହ ଭଷ୍ଟ୍ରାଚାର, ନାରୀ ନିର୍ଯ୍ୟାତନା ବୃଦ୍ଧି, କେନ୍ଦ୍ର ସରକାରଙ୍କ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ନୂତନ କୃଷି ଆଇନ ବିଲ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ସାରା ଓଡ଼ିିଶାରେ କଂଗ୍ରେସ ବନ୍ଦ ଡାକରା ଦେଇଛି। ଆଉ ଏହାର ପ୍ରଭାବ ଆଜି ପାଟଣାଗଡ଼ରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ସହରର ସମସ୍ତ ଦୋକାନ ବଜାର ସହ ସରକାରୀ, ବେସରକାରୀ ଅନୁଷ୍ଠାନମାନ ବନ୍ଦ ରହିଛି। ପିସିସି ସଭ୍ୟ ଅନିଲ ମେହେରଙ୍କ ନେତୃତ୍ୱରେ ପାଟଣାଗଡ଼ ରାମପୁରଠାରୁ ଶଗଡ଼ ଗାଡ଼ି ଉପରେ ମୋଟର ସାଇକେଲ ରଖି ଏକ ଶୋଭାଯାତ୍ରାରେ ବାହାରି ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଥିଲେ। ପରେ ସ୍ଥାନୀୟ ବସଷ୍ଟାଣ୍ଡଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଲିକା ଦାହ କରିଥିଲେ। ଏହି କର୍ଯ୍ୟକ୍ରମରେ ଜୟକୃଷ୍ଣ ମେହେର, ପତିତପାବନ ପ୍ରଧାନ, ସିର୍ଦ୍ଧାଥ ମିଶ୍ର, ରୋଶନ ହୋତା, ବବଲୁ ଖାନ, ଯୋଗୀଦ୍ର ମେହେର ପ୍ରମୁଖଙ୍କ ସହ ଶହ ଶହ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।