Sunday, February 15, 2026
17.1 C
Odisha

    କଂଗ୍ରେସର କୃଷକ ଓ ଯୁବବର୍ଗଙ୍କୁ ବମ୍ପର ଅଫର !

    ଆଗକୁ ପଢନ୍ତୁ

    ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦିଆଯାଇଛି। ‘ହାଥ୍‌ ବଦଲେଗା ହାଥ୍‌’ ନାମରେ କଂଗ୍ରେସର ଏହି ନିର୍ବାଚନୀ ଇସ୍ତାହାରରେ ସମସ୍ତ ଫସଲ ପାଇଁ ବୀମା କରାଯିବା ସହ ସେଓ କିଲୋଗ୍ରାମ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୭୨ ଟଙ୍କା ଧାର୍ଯ୍ୟ ହେବ ବୋଲି କୁହାଯାଇଛି। ଶ୍ରୀନଗରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏଆଇସିସି ମୁଖ୍ୟ ମୁଖପାତ୍ର ପଓ୍ବନ ଖେରା ଏବଂ ପିସିସି ସଭାପତି ତାରିକ୍‌ ହମିଦ କାରା ଇସ୍ତାହାର ଉନ୍ମୋଚନ କରିଥିଲେ। ଅନ୍ୟ ପ୍ରତିଶ୍ରୁତି ମଧ୍ୟରେ ରହିଛି, ଭୂମିହୀନ, ଭାଗଚାଷୀ ଏବଂ ନିଜ ଜମିରେ ଚାଷ କରୁଥିବା କୃଷକମାନଙ୍କୁ ବର୍ଷକୁ ୪,୦୦୦ ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯିବ। ବକଂଗ୍ରେସ କ୍ଷମତାକୁ ଆସିଲେ ଭୂମିହୀନ ଚାଷୀଙ୍କ ପାଇଁ ୯୯ ବର୍ଷୀୟା ଜମି ଲିଜ୍‌ ବ୍ୟବସ୍ଥା କରାଯିବ ବୋଲି ଖେରା କହିଛନ୍ତି। ସବୁ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ଜିଲାଓ୍ବାରି ଜଳସେଚନ ପ୍ରକଳ୍ପ ସ୍ଥାପନ ନିମନ୍ତେ ୨,୫୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବ। କଶ୍ମୀରର ଯୋଗ୍ୟ ଯୁବତୀଯୁବକମାନଙ୍କୁ ମାସିକ ୩,୫୦୦ ଟଙ୍କା ଲେଖାଏ ବେରୋଜଗାରି ଭତ୍ତା ଏକବର୍ଷ ପାଇଁ ଯୋଗାଇ ଦିଆଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ସରକାର ଗଢ଼ିବାର ୩୦ ଦିନ ମଧ୍ୟରେ ଜବ୍‌ କ୍ୟାଲେଣ୍ଡର ଜାରି ହେବା ସହ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ୧ ଲକ୍ଷ ପଦବୀ ପୂରଣ କରିବ ବୋଲି କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    47 %
    1.3kmh
    5 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ