କୁଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

କୁଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ନ୍ଧୁଗୁଡ଼ା ଗ୍ରାମର ଏକ କୁଅରୁ ଆଜି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ , ଗୁଣପୁର ନିକଟସ୍ଥ ବନ୍ଧୁଗୁଡା ଗ୍ରାମର କିଛି ଲୋକ ଗାଧୋଇବା ପାଇଁ ଯାଇଥିବା ସମୟରେ କୁଅରେ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ପୁଲିସ ଉପସ୍ଥିତିରେ ଦମକଳ ବାହିନୀ କୁଅରୁ ମହିଳାଙ୍କ ଶବ ଉଦ୍ଧାର କରିଥିଲା। ମୃତ ମହିଳାଜଣକ ନ୍ଧୁଗୁଡା ଗ୍ରାମ ବାସିନ୍ଦା ଗୁଡୀ ଶବରଙ୍କ ସ୍ତ୍ରୀ ଲକ୍ଷ୍ଣୀ(୪୦) ଶବର ବୋଲି ଜଣାପଡ଼ିଛି। ଆଇଆଇସି ଶୁଶାନ୍ତ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଏନେଇ ତଦନ୍ତ କରୁଛି।