କୋଇଲା ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ର ଚଢ଼ଉ, ଜଣେ ଗିରଫ

କୋଇଲା ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ର ଚଢ଼ଉ, ଜଣେ ଗିରଫ
କୋଇଲା ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ର ଚଢ଼ଉ, ଜଣେ ଗିରଫ

ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରା ଚାଲାଣ କରୁଥିବା ବେଳେ ଏସଟିଏଫ୍ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଅନୁଗୋଳ କଙ୍କରେଇ ଅଞ୍ଚଳର ଅଜୟ ପ୍ରଧାନ। ଅନୁଗୁଳ ଇଣ୍ଡଷ୍ଟ୍ରିଆଲ୍ ଥାନା ପୁଲିସ ୬୫/୨୧ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ହିଙ୍ଗୁଳା ମାଇନ୍ସରୁ ବେଆଇନ ଭାବେ ନିୟମିତ କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଚୋରା ଚାଲାଣ କରାଯାଉଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଖବର ପହଞ୍ଚିଥିଲା।

ତଦନ୍ତ ପରେ ଏହି ଚୋରା କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ କଙ୍କରେଇ ଅଞ୍ଚଳରେ ଏକ ଫାଙ୍କା ସ୍ଥାନରେ ଷ୍ଟୋର୍ କରାଯାଇ ବିକ୍ରି କରାଯାଉଥିବା ଜଣାପଡିଥିଲା। ଏହାପରେ ଏସ‌ଟିଏଫ୍ ଟିମ୍ ସେଠାରେ ଚଢ଼ଉ କରି କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ଗଚ୍ଛିତ ରଖାଯାଇଥିବା ଅନ୍ୟ ଖଣିଜ ପଦାର୍ଥକୁ ମଧ୍ୟ ଜବତ କରିଛି।