କଂଗ୍ରେସର ୬ଘଣ୍ଟିଆ ଚକାଜାମ୍ ଡାକରା, ରେଳ ଓ ସଡକ ପଥ ପ୍ରଭାବିତ

କଂଗ୍ରେସର ୬ଘଣ୍ଟିଆ ଚକାଜାମ୍ ଡାକରା, ରେଳ ଓ ସଡକ ପଥ ପ୍ରଭାବିତ
କଂଗ୍ରେସର ୬ଘଣ୍ଟିଆ ଚକାଜାମ୍ ଡାକରା, ରେଳ ଓ ସଡକ ପଥ ପ୍ରଭାବିତ

ଆଜି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ତୈଳ ଦର, କୋଟିଆ ପ୍ରସଙ୍ଗ, ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ବନ୍ଦ ଡାକରା ଦେଇଛି ପିସିସି । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ (୬ଘଣ୍ଟିଆ) ବନ୍ଦ ପାଳନ କରୁଛି କଂଗ୍ରେସ । ଯାହାର ପ୍ରଭାବ ଜଳେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢିଚାଲିଛି । ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଦାୟୀ ବୋଲି କଂଗ୍ରେସ ଦାବି କରୁଛି । ଯାହାକୁ ବିରୋଧ କରି ଆଜି ଓଡିଶା ବନ୍ଦା ଦେଇଛି ପିସିସି । ଜଳେଶ୍ୱରରେ କଂଗ୍ରେସ ପକ୍ଷରୁ ୬୦ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି ।