କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ, ସ୍ଥଗିତ ହେବ ପିପିଲି ଉପ ନିର୍ବାଚନ !

କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ, ସ୍ଥଗିତ ହେବ ପିପିଲି ଉପ ନିର୍ବାଚନ !
କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ, ସ୍ଥଗିତ ହେବ ପିପିଲି ଉପ ନିର୍ବାଚନ !

ଭୁବନେଶ୍ୱର: 

ଆଉ ଦୁଇଦିନ ପରେ ହୋଇଥାନ୍ତା ପିପିଲି ଉପ ନିର୍ବାଚନ। ଏହା ପୂର୍ବରୁ ଆସିଲା ଦୁଃଖଦ ଖବର। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। କରୋନାରେ ତାଙ୍କ ଦେହାନ୍ତ ଘଟିଥିବା କୁହାଯାଉଛି। ଫଳରେ ପିପିଲି ଉପ ନିର୍ବାଚନ ସ୍ଥଗିତ ରହିବ।

ସୂଚନାଯୋଗ୍ୟ, ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହୋଇଥିଲେ। ୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି।ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା। ଅଜିତ୍ ମଙ୍ଗରାଜ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ପ୍ରାର୍ଥୀ ଥିଲେ। ହେଲେ ସେ ଅମାନତ ଭାବେ ପରାଜିତ ହୋଇଥିଲେ। ତାଙ୍କୁ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍ ମିଳିଥିଲା। ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୨,୭୩୧ ଖଣ୍ଡ ଭୋଟ୍ ମିଳିଥିଲା।