କିଛିଦିନ ପରେ ବାହାଘର ହୋଇଥାନ୍ତା, ଭୁଲ ଇଞ୍ଜେକ୍ସନ ନେଲା ଜୀବନ

କିଛିଦିନ ପରେ ବାହାଘର ହୋଇଥାନ୍ତା, ଭୁଲ  ଇଞ୍ଜେକ୍ସନ ନେଲା ଜୀବନ
କିଛିଦିନ ପରେ ବାହାଘର ହୋଇଥାନ୍ତା, ଭୁଲ  ଇଞ୍ଜେକ୍ସନ ନେଲା ଜୀବନ

ଭୁବନେଶ୍ୱର: ଭୁଲ ଇଞ୍ଜେକସନ ନେଲା ଜୀବନ। ଏଭଳି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହଁ, ବରଂ  ଖୋଦ୍ ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଘଟିଛି। ମୃତ ଯୁବକ ଜଣକ ହେଲେ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ । ସୂଚନା ଅନୁସାରେ, ରବିବାର ରାତିରେ ଏକ ଭୋଜି ଖାଇ ଫେରିଲା ବେଳେ ସିଦ୍ଧିଙ୍କର ପେଟ କାଟିବା ସହ ବାନ୍ତି ହୋଇଥିଲା । ସେ ନିଜେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳକୁ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବାର ଠିକ୍ ୫ ମିନିଟ ପରେ ସିଦ୍ଧିନାଥଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।