କେଜରିୱାଲଙ୍କୁ ଝଟ୍କା, ଉପରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା

କେଜରିୱାଲଙ୍କୁ ଝଟ୍କା, ଉପରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା
କେଜରିୱାଲଙ୍କୁ ଝଟ୍କା, ଉପରାଜ୍ୟପାଳଙ୍କୁ ମିଳିବ ଅଧିକ କ୍ଷମତା

ସୋମବାର ଲୋକସଭାରେ ଦିଲ୍ଲୀ ଜାତୀୟ ରାଜଧାନୀ ସରକାର (ସଂଶୋଧନ) ବିଲ୍ ୨୦୨୧ ପାସ୍ ହୋଇଛି। ଏହି ବିଲରେ ଦିଲ୍ଲୀର ନିର୍ବାଚିତ ସରକାର ଏବଂ ଉପରାଜ୍ୟପାଳଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଦିଲ୍ଲୀରେ ନିର୍ବାଚିତ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତା ବିକେନ୍ଦ୍ରୀକରଣ କରାଯିବ। ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ‘ଜିଏନସିଟିଡି (ସଂଶୋଧନ) ବିଲ୍ ଲୋକସଭାରେ ପାସ୍ ହେବା ଦିଲ୍ଲୀର ଜନସାଧାରଣଙ୍କ ପାଇଁ ଏକ ଅପମାନ। ଏହି ବିଲ୍ ଦ୍ୱାରା ଦିଲ୍ଲୀର ନିର୍ବାଚିତ ସରକାରଙ୍କ ଠାରୁ କେନ୍ଦ୍ର କ୍ଷମତା ନେଇଯିବାକୁ ଚାହାନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ବିଲକୁ ବିରୋଧ କରିଛନ୍ତି।