କୋଟିଆକୁ ନେଇ ବଢୁଛି ଆନ୍ଧ୍ର- ଓଡ଼ିଶା ବିବାଦ,ଫସର ଫାଟିବ ଆନ୍ଧ୍ର ଚାଲ !

କୋଟିଆକୁ ନେଇ ବଢୁଛି ଆନ୍ଧ୍ର- ଓଡ଼ିଶା ବିବାଦ,ଫସର ଫାଟିବ ଆନ୍ଧ୍ର ଚାଲ !

କୋଟିଆକୁ ନେଇ ଦିନକୁ ଦିନ ବଢୁଛି ଆନ୍ଧ୍ର- ଓଡ଼ିଶା ବିବାଦ । ଯାହାକୁ ନେଇ କୋଟିଆରେ କଡା ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି  । ଏଠାରେ ୫ ପ୍ଲାଟୁନ ଫୋର୍ସ ସାଙ୍ଗକୁ ୨ ଥାକିଆ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଘଟଣାସ୍ଥଳରେ ଏଡିଏମ୍, କୋରାପୁଟ ଓ ପଟାଙ୍ଗୀ ବିଧାୟକ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ଅନ୍ୟପଟେ କୋଟିଆ ଯାଇଛନ୍ତି କୋରାପୁଟ ସର୍ବଦଳୀୟ କମିଟି ସଦସ୍ୟ । ପଟାଙ୍ଗୀ ବିଧାୟକ ପ୍ରୀତମ ପାଢି, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର  ପାଣିଗ୍ରାହୀ, ସବୁ ବ୍ଲକର ନିର୍ବାଚିତ ପ୍ରତିନିଧି ପ୍ରମୁଖ କୋଟିଆ ଗସ୍ତ କରିଛନ୍ତି । ଏନେଇ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ କହିଛନ୍ତି, କୌଣସି ପରିସ୍ଥିତିରେ ଆନ୍ଧ୍ରର ଚାଲ୍ କୁ ସଫଳ ହେବାକୁ ଦେବୁ ନାହୁଁ କି ଓଡ଼ିଶାର ମାଟି କେହି ଇଞ୍ଚିଏ ନେଇ ପାରିବେ ନାହିଁ  । କୋଟିଆ ସ୍ଥିତି ଦେଖି  ଫେରିବା ପରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ । ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନୁରୋଧ କରିବୁ । ଏହାସହ ଆନ୍ଧ୍ରର ରାଜ୍ୟପାଳଙ୍କୁ ଭେଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିବୁ ବୋଲି ସେ କହିଛନ୍ତି । ଏଠାରେ ସୂଚନା ଥାଉକି ଭାଷା ଭିତ୍ତିକ କାର୍ଡ ଖେଳି କୋଟିଆକୁ ଓଡ଼ିଶା ମାନଚିତ୍ରରୁ ଲିଭାଇ ନିଜ ରାଜ୍ୟର ଅଂଶ କରିବା ପାଇଁ ଆନ୍ଧ୍ର ଯୋଜନା କରୁଛି । କିଛି ମାସ ତଳେ ଆନ୍ଧ୍ର ଏଠାରେ ନିର୍ବାଚନ ମଧ୍ୟ କରାଇଥିଲା ।