କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର
କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

କୋଟିଆରେ ଆନ୍ଧ୍ର ନିର୍ବାଚନ କରାଇବା ପ୍ରସଙ୍ଗ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରେଟ୍ ପିଟିସନ୍ ଦାଖଲ କରିବେ। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗ ଉପସଚିବ ପକ୍ଷରୁ ଚିଠି ଲେଖାଯାଇଛି। କୋଟିଆକୁ ନିଜର ବୋଲି ଦାବି କରି ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଥିବାରୁ ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ। ଏନେଇ ଆଡଭୋକେଟ ଜେନେରାଲଙ୍କ ସହ ପୂର୍ବରୁ ଆଲୋଚନା ସରିଛି। କୋଟିଆକୁ ନିଜର ବୋଲି ପ୍ରମାଣ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର କାଗଜପତ୍ର ଦାଖଲ କରିବେ। ରାଜ୍ୟ ଗଠନ ସମୟର ନିୟମ ଓ ନଥିପତ୍ର, ୧୯୫୫ ସୀମା ନିର୍ଦ୍ଧାରଣ ଓ ପଞ୍ଚାୟତ ନିର୍ବାଚନ ପ୍ରଭୃତିକୁ ନେଇ ଓଡ଼ିଶା ପକ୍ଷରୁ କୋର୍ଟରେ କାଗଜପତ୍ର ଦାଖଲ କରାଯିବ। କୋର୍ଟରେ ମାମଲା ଚାଲି ଥିବାବେଳେ କୋଟିଆର ୩ଟି ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି।