କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ, ନୋଡାଙ୍କୁ ଭେଟିଲେ ଟୁଡୁ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ, ନୋଡାଙ୍କୁ ଭେଟିଲେ ଟୁଡୁ
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ, ନୋଡାଙ୍କୁ ଭେଟିଲେ ଟୁଡୁ

ଭୁବନେଶ୍ବର:  କିଛି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଘଟିବ । ଏହି ସମୟରେ ଓଡିଶାରୁ ବିଜେଡି ସହଯୋଗ ରେ ବିଜେପି ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ତାଙ୍କ ମନ୍ତ୍ରୀପଦ ପ୍ରାପ୍ତିର ସୂଚନା ବୋଲି ଚର୍ଚ୍ଚା ଜୋର ଧରିଲାଣି । ଅପରପକ୍ଷରେ ମୟୁରଭଞ୍ଜର ବିଜେପି ବିଧାୟକ ବିଶ୍ୱେଶ୍ୱର ଟୁଡୁ ଜେ ପି ନୋଦଙ୍କୁ ଭେଟିଥିବା ସୂଚନା ମିଳିଛି । ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶା କିମ୍ବା ରାଜସ୍ଥାନରୁ ମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହେଉଛି । କାରଣ ଆଗକୁ ରାଜସ୍ଥାନ ନିର୍ବାଚନ ଥିବାରୁ ଆଶ୍ୱିନୀଙ୍କୁ ନିଜ ଜନ୍ମ ସ୍ଥାନର ଦାୟିତ୍ୱ ଦିଆ ଯିବା ନେଇ ଅନେକ ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି ।

ସେହିପରି ଆସାମ ରୁ ସର୍ବାନନ୍ଦ ସୋନେୱାଲ, ମହାରାଷ୍ଟ୍ର ରୁ ନାରାୟଣ ରାଣେ, ୟୁପି ରୁ ବରୁଣ ଗାନ୍ଧୀ, ଅନୁପ୍ରିୟା ପଟେଲ, ମଧ୍ୟପ୍ରଦେଶ ରୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ବିହାର ରୁ ଆର ପି ଏସ ସିଂ, ଲଲନ ସିଂ, ପଶୁପତି ପାରସ ଙ୍କ ନାଁ ରେ ମୋହର ମରାଯିବା ନେଇ ଚର୍ଚ୍ଚା ହେଉଛି ।