କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ

କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ
କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ

ଭୁବନେଶ୍ୱର: କୋଭିଡ୍ କେୟାର ସେଣ୍ଟର ପାଇଁ ଖିମଜୀ ଫାଉଣ୍ଡେସନ୍ ତରଫରୁ ୬୦ଟି ଶଯ୍ୟା ପ୍ରଦାନ କରାଯାଇଛି । ଏହାସହ ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ଉପକରଣ ପ୍ରଦାନ କରିଛନ୍ତି ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ସୁମିତ ଖିମଜୀ । ବିଏମସି କମିଶନରଙ୍କୁ ଆନୁଷ୍ଠାନିକ ବାବେ ଏସବୁ ସାମଗ୍ରୀ ସେ ହସ୍ତାନ୍ତର କରିଛନ୍ତି । ଏହି ଶଯ୍ୟାଗୁଡିକ ଭୁବନେଶ୍ବରରେ ଥିବା ପଟିଆ, ଡୁମୁଡୁମା କୋଭିଡ୍ କେୟାର ସେଣ୍ଟର ଓ ବିଏମସି ଦ୍ବାରା ପରିଚାଳିତ ଅନ୍ୟ ୟୁପିଏଚସି- ଏଚସିଏସ୍ ଗୁଡିକରେ ବ୍ୟବହୃତ ହେବ ।

ଏହି ଅବସରରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ କହିଛନ୍ତି, ରାଜଧାନୀ ବର୍ତ୍ତମାନ୍ କୋଭିଡ- ୧୯ର ଦ୍ବିତୀୟ ଲହରକୁ ସାହସ ଓ ଦାୟିତ୍ବବୋଧତା ସହ ଲଢେଇ କରୁଛି । ଏହି ସଂକଟ ସମୟରେ ବିଏମସିର ସେବା ଯୋଗାଇବା ଦିଗରେ ଗଠନମୂଳକ ପଦକ୍ଷେପ ପ୍ରଶଂସାଯୋଗ୍ୟ । ଖିମଜୀ ଫାଉଣ୍ଡେସନ, ସଙ୍କଟ ସମୟରେ ଓଡିଶା ସରକାର ଓ ବିଏମସିକୁ ସର୍ବଦା ସମର୍ଥନ କରିଆସୁଛି । ତେଣୁ ଭୁବନେଶ୍ବର ନାଗରିକ ଭୟଭୀତ ନହୋଇ ମାସ୍କ, ସାମାଜିକ ଦୂରତା ସହ ନିୟମ ମାନି ଚଳିବାବାକୁ ସେ ଅନୁରୋଧ କରିଛନ୍ତି ।