କୋଭିଡ୍ ନିୟମର ଉଲ୍ଲଂଘନ ଅଭିଯୋଗରେ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

କୋଭିଡ୍ ନିୟମର ଉଲ୍ଲଂଘନ ଅଭିଯୋଗରେ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି । ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଜଗନ୍ନାଥ ସେନା । ଏସଡିଜେଏମ୍ କୋର୍ଟରେ ମାମଲା ଦାୟର ହୋଇଛି ।

ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଥାଇ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ପୂର୍ବରୁ ଜଗନ୍ନାଥ ସେନା ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲା । ଏହାପରେ ପୁରୀ ପୋଲିସ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ କରିଥିଲା ମାମଲା ।

 

ଗତ ୪ ତାରିଖ ଦିନ ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଜଗନ୍ନାଥ ସେନା ଅଭିଯୋଗ କରିଥିଲା କରୋନା ସଂକ୍ରମିତ ଥାଇ ଶହ ଶହ ଲୋକଙ୍କ ଗହଣରେ ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟ ସାମିଲ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଜଗନ୍ନାଥ ସେବା ସହ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ମଧ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଏତଲା ଦିଆଯାଇଥିଲା ।