କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ସମାନ

କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ସମାନ
କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,ଭୁବନେଶ୍ୱରରେ ଆଜି ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨ଜଣ ରହିଛନ୍ତି। ଅନ୍ୟପଟେ ୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୦କୁ ବୃଦ୍ଧି ପାଇଥିବାବେଳେ ୩୧ ହଜାର ୩୧୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୦ ଜଣ ଚିକିତ୍ସିତ ହେଉଛନ୍ତି।