କାରାଗାରରେ ଲଭ ସେକ୍ସ ଓ ଧୋକ୍କା, ଅଭିଯୋଗ ଆଣିଲେ ଅନ୍ତେବାସିନୀ ମହିଳା

କାରାଗାରରେ ଲଭ ସେକ୍ସ ଓ ଧୋକ୍କା, ଅଭିଯୋଗ ଆଣିଲେ ଅନ୍ତେବାସିନୀ ମହିଳା
କାରାଗାରରେ ଲଭ ସେକ୍ସ ଓ ଧୋକ୍କା, ଅଭିଯୋଗ ଆଣିଲେ ଅନ୍ତେବାସିନୀ ମହିଳା

ଟିଟିଲାଗଡ଼: ଟିଟିଲାଗଡ ଉପ-କାରାଗାରରୁ ଆସିଛି ଲଭ ସେକ୍ସ ଓ ଧୋକ୍କା ଭଳି ସଙ୍ଗୀନ ଅଭିଯୋଗ। ଜଣେ ଅନ୍ତେବାସିନୀ ମହିଳା ଆଣିଛନ୍ତି ଏପରି ଅଭିଯୋଗ।

ପାରିବାରିକ ବିବାଦକୁ ନେଇ ଜଣେ ମହିଳା ଗତ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଟିଟିଲାଗଡ ଉପ-କାରାଗାରରେ ଥିଲେ। ଅନ୍ତେବାସିନୀ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ଜେଲରେ ରହିଥିବା ୧.୫ ମାସ ସମୟରେ ଜଣେ କଏଦୀ ତାଙ୍କୁ ପ୍ରେମ କରି ଶାରୀରିକ ସମ୍ବନ୍ଧ ମଧ୍ୟ ରଖିଥିଲେ। ଜେଲରୁ ମୁକୁଳିବା ପରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଚିହ୍ନି ନଥିବା କହୁଛନ୍ତି। ଏସବୁ ଘଟଣା ଜେଲ ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ହୋଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଉକ୍ତ ମହିଳା। ତେବେ ଜେଲ ପରିସରରେ ଏତେ କଡା ସୁରକ୍ଷା ମଧ୍ୟରେ ଏସବୁ କିପରି ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।