କରୋନାରେ ଗଲା ଆଉ ୫ ଜୀବନ

କରୋନାରେ ଗଲା ଆଉ ୫ ଜୀବନ
କରୋନାରେ ଗଲା ଆଉ ୫ ଜୀବନ

ରାଜ୍ୟରେ କରୋନା ଯୋଗୁ ଆଉ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୮୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଗୁଗୁଳରୁ ୫୭ ବର୍ଷୀୟା ମହିଳା, ବାଲେଶ୍ୱରରୁ ୬୫ ବର୍ଷୀୟ ବୃଦ୍ଧ, ବଲାଙ୍ଗିରରୁ ୪୪ ବର୍ଷୀୟ ପୁରୁଷ, କଟକରୁ ୭୨ ବର୍ଷୀୟ ବୃଦ୍ଧ ଓ ସୁନ୍ଦରଗଡ଼ରୁ ୬୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।