କରୋନାରେ ଚାଲିଗଲା ପତ୍ନୀ, ଝିଅକୁ ହତ୍ୟାକରି ଆତ୍ମହତ୍ୟା କଲା ବାପା

କରୋନାରେ ଚାଲିଗଲା ପତ୍ନୀ, ଝିଅକୁ ହତ୍ୟାକରି ଆତ୍ମହତ୍ୟା କଲା ବାପା
କରୋନାରେ ଚାଲିଗଲା ପତ୍ନୀ, ଝିଅକୁ ହତ୍ୟାକରି ଆତ୍ମହତ୍ୟା କଲା ବାପା

“କରୋନା ନେଇଗଲା  ପତ୍ନୀଙ୍କୁ । ମୁଁ ଆଉ କାହିଁକି ବଞ୍ଚିବି । ମୋ ଝିଅକୁ ବି ମୋ ସହ ନେଇଯିବି । ଆଉ ହଁ ମୁଁ ମରିଗଲା ପରେ ମୋ ମୃତଦେହକୁ ଠିକ୍‌ ମୋ ପତ୍ନୀର ଶବ ପାଖରେ ହିଁ ଦାହ କରିବ” । ଏଇ କେଇପଦ କଥା ଜଣେ ବ୍ୟକ୍ତିଙ୍କର । ଯିଏକି ଗତ ବର୍ଷ ତାଙ୍କର ପତ୍ନୀକୁ କରୋନାରେ ହରାଇ ଥିଲେ ।

ଗତ ରବିବାର ଜଣେ ୩୬ ବର୍ଷୀୟ ଯୁବକ ନିଜର ୬ ବର୍ଷର ଝିଅକୁ ହତ୍ୟା କରିବା ପରେ ନିଜେ ଅତ୍ମହତ୍ୟା କରିଥିବା ଜଣାପଡ଼ିଛି । ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ୱାଇ ବାସିନ୍ଦା ଜିତେନ୍ଦ୍ର ଭାଡେକାର । ଗତ ବର୍ଷ ମୃତ୍ୟୁ ହୋଇଥିବା ପତ୍ନୀଙ୍କ ପାଇଁ ସେ ଅବଷାଦରେ ରହୁଥିଲେ । କିନ୍ତୁ ଏହାକୁ ତାଙ୍କର ସଂପର୍କୀୟ ଖଣ୍ଡନ କରିଥିବା ବେଳେ ସେ ପୂର୍ବପରି କାମ କରୁଥିବା ଡାଇମଣ୍ଡ କମ୍ପାନୀରେ ହିଁ କାମ କରିବାକୁ ଯାଉଥିଲେ ।

ମୁମ୍ୱାଇର ସାନ୍ତା କ୍ରୁଜ୍‌ ପୋଲିସ୍‌ ଏନେଇ କହିଛି ଯେ, ଏହି ଘଟଣା ରବିବାର ସନ୍ଧ୍ୟାରେ ଭାଡେକର ରହୁଥିବା ନିଜ ଆପାର୍ଟମେଣ୍ଟ୍‌ରେ ଘଟିଛି । ସେ ମରିବା ପୂର୍ବରୁ ତାଙ୍କ ମାଆଙ୍କ ଉଦ୍ଦେଶ୍ୟରେ ଏକ ସୁଉସାଇଡ୍‌ ନୋଟ୍‌ ଲେଖି ଯାଇଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ସେ ତାଙ୍କ ଝିଅକୁ ଛାଡ଼ି ରହିପାରିବେ ନାହିଁ । ତେଣୁ ତାକୁ ସାଙ୍ଗରେ ନେଇ ଯାଉଛି । ସେ ଏଥିପାଇଁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ଶେଷରେ ସେ ଅନୁରୋଧ କରି ଲେଖିଛନ୍ତି ଯେ, ମୃତ୍ୟୁ ପରେ ତାଙ୍କ ଶବକୁ ତାଙ୍କ ପତ୍ନୀଙ୍କୁ ଯେଉଁଠାରେ ସଂସ୍କାର କରାଯାଇଥିଲା ସେହି ସ୍ଥାନରେ ହିଁ ତାଙ୍କର ଶେଷକୃତ୍ୟ କରିବାକୁ ସେ ତାଙ୍କ ପରିବାରକୁ କହିଛନ୍ତି । ସୂଚନା ଅନୁସାରେ, ଭାଡେକର ତାଙ୍କ ଭାଇ, ଝିଅ, ମାଆ ଏବଂ ପରିବାର ସହ ଏହି ଆପାର୍ଟମେଣ୍ଟ୍‌ରେ ରହୁଥିଲେ । କିଛିଦିନ ପାଇଁ ପରିବାର ଲୋକ ଅନ୍ୟ ସ୍ଥାନକୁ ଯାଇଥିବା ବେଳେ ସେ ଏପରି କରିଥିବା ତାଙ୍କ ଭାଇ ପୋଲିସ୍‌କୁ ସୂଚନା ଦେଇଛନ୍ତି ।