କରୋନାର ନୂଆ ଷ୍ଟ୍ରେନରେ ବ୍ରିଟେନ ଆତଙ୍କିତ, ନିୟମ ଭାଙ୍ଗିଲେ ୧୦ ଲକ୍ଷ ଟଙ୍କା ଜୋରିମାନା

କରୋନାର ନୂଆ ଷ୍ଟ୍ରେନରେ ବ୍ରିଟେନ ଆତଙ୍କିତ, ନିୟମ ଭାଙ୍ଗିଲେ ୧୦ ଲକ୍ଷ ଟଙ୍କା ଜୋରିମାନା
କରୋନାର ନୂଆ ଷ୍ଟ୍ରେନରେ ବ୍ରିଟେନ ଆତଙ୍କିତ, ନିୟମ ଭାଙ୍ଗିଲେ ୧୦ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ,  ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଆସିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି। ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ସୋମବାରଠାରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି। ବ୍ରିଟେନ ମେଟ୍ରୋପଲିଟାନ ପୁଲିସ ଘୋଷଣା କରିଛି ଯେ, କରୋନା ଭୂତାଣୁ ଲକଡାଉନ ପାଳନ କରୁନଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଜଣେ ଉଲ୍ଲଂଘନକାରୀ ବ୍ୟକ୍ତିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।

ବ୍ରିଟେନ ପୁଲିସ ଲୋକଙ୍କୁ ଅପିଲ କରିଛି ଯେ, ନିୟମକୁ ପୂରା ପାଳନ କରନ୍ତୁ। ସ୍କଟଲ୍ୟାଣ୍ଡ ୟାର୍ଡ କହିଛି ଯେ, ଯେଉଁ ଲୋକ କଟକଣା ଉଲ୍ଲଂଘନ କରିବେ, ତାଙ୍କୁ ୧୦ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରା ଅନୁସାରେ ୯ ଲକ୍ଷ ୯୪ ହଜାର ୭୫୧ ଟଙ୍କା) ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ମେଟ୍ରୋପଲିଟାନ ପୁଲିସ କହିଛି ଯେ, ପାର୍ଟି ଆୟୋଜନ କରିବା, ବିନା ଅନୁମତିରେ ସଂଗୀତ ସମାରୋହ ଅର୍ଥାତ ସଭାର ଆୟୋଜନରେ ଭାଗ ନେଉଥିବା ଲୋକେ ମଧ୍ୟ ଜୋରିମାନା ଦେବେ।

ବ୍ରିଟେନ ପୁଲିସ କହିଛି ଯେ, ଲୋକ ଲକଡାଉନ ନିୟମ ପାଳନ କରିବା ସହିତ ବାହାରକୁ ଯିବା ପୂର୍ବରୁ ମାକ୍ସ ପିନ୍ଧନ୍ତୁ। ଅଧିକ ଭିଡରେ ରହନ୍ତୁ ନାହିଁ। କାରଣ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।