କରୋନାରେ ସାହିତ୍ୟିକ ନରେନ୍ଦ୍ର ବେହେରାଙ୍କ ବିୟୋଗ

କରୋନାରେ ସାହିତ୍ୟିକ ନରେନ୍ଦ୍ର ବେହେରାଙ୍କ ବିୟୋଗ
କରୋନାରେ ସାହିତ୍ୟିକ ନରେନ୍ଦ୍ର ବେହେରାଙ୍କ ବିୟୋଗ

କଟକ :  କରୋନାରେ  ସାହିତ୍ୟିକ ନରେନ୍ଦ୍ର ବେହେରା(୭୩) ଙ୍କର  ପରଲୋକ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର ଦୁଇପୁତ୍ର ଓ ଏକମାତ୍ର କନ୍ୟା ଅଛନ୍ତି । ସେ ଟାଙ୍ଗୀ ନିକଟ ମଣିଆଠାରେ ୧୯୪୮ ମାର୍ଚ୍ଚ ୧୮ରେ ଜନ୍ମଲାଭ କରିଥିଲେ । ଫ୍ରେଣ୍ଡସ୍ କଲୋନୀରେ ମଧ୍ୟ ତାଙ୍କର ବାସସ୍ଥାନ ରହିଛି। ସେ ଭାରତୀୟ ଜୀବନ ବୀମା ନିଗମର ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ। ଦୂରଦର୍ଶନରେ ମଧ୍ୟ ତାଙ୍କର ବହୁ ନାଟକ ସମେତ ଧାରାବାହିକ ‘ଆରାଧନା’ ପ୍ରସାରିତ ହୋଇଛି। ଏହାବାଦ ହିନ୍ଦୀ ଭାଷାରେ ମନ୍ତ୍ରୀ ଜୀ ଆ ରହେ ହୈ, ଏକ ପ୍ୟାଲା ଚାଏ, ଏକ୍ ନାଟକ କା ମଞ୍ଚନ୍ ଆଦି ନାଟକ ତାଙ୍କୁ ହିନ୍ଦୀ ସାହିତ୍ୟ ଜଗତରେ ସୁପରିଚିତ କରିପାରିଛି । ଜଣେ ଲୋକପ୍ରିୟ ଗୀତିକାର ଭାବରେ ପୁନେଇ ଜହ୍ନ, ପିଲା ଗଉଡ଼ ଓ ଫୁଲସବାରୀ ବେଶ ଲୋକପ୍ରିୟ ହୋଇପାରିଥିଲା। ତାଙ୍କ ବିୟୋଗରେ ଜ୍ଞାନପୀଠ ବିଜୟିନୀ ଡ. ପ୍ରତିଭା ରାୟ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ପ୍ରଭାକର ସ୍ବାଇଁ, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ, ନାଟ୍ୟକାର ଅରୁନ୍ ପରିଚ୍ଛା, ଡ. ନିରଞ୍ଜନ ତ୍ରିପାଠୀ, ଡା. ନିମାଇଁ ଚରଣ ପରିଜା, ଡ. ନାରାୟଣ ସାହୁ, ଫସର ବିଷ୍ଣୁପ୍ରିୟା ଓତା, ମୀନାକ୍ଷୀ ଦେବୀ, ଗୌର ପଟ୍ଟନାୟକ, ଗୀତିକାର ମନୋଜ ପଟ୍ଟନାୟକ, ଅଲେଖ ପଢ଼ିଆରୀ, ବସନ୍ତ ମହାନ୍ତି, ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।