କରୋନା କାଳରେ ପାର୍ଟି କରି ଫସିଲେ ରାଇନା, ରନ୍ଧାୱା ଓ ବାଦଶାହା

କରୋନା କାଳରେ ପାର୍ଟି କରି ଫସିଲେ ରାଇନା, ରନ୍ଧାୱା ଓ ବାଦଶାହା
କରୋନା କାଳରେ ପାର୍ଟି କରି ଫସିଲେ ରାଇନା, ରନ୍ଧାୱା ଓ ବାଦଶାହା

ମୁମ୍ବାଇ, କରୋନାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। କିନ୍ତୁ ଖେଳ ଓ ସିନେମା ଜଗତର କିଛି ତାରକା ନିୟମ ଉଲଂଘନ କରି ମୁମ୍ବାଇର ଡ୍ରାଗନଫ୍ଲାଏ ନାଇଟ କ୍ଲବରେ ପାର୍ଟି କରୁଥିଲେ। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଏହି ପାର୍ଟିରେ ସୁରେଶ ରାଇନା, ଗାୟକ ଗୁରୁ ରନ୍ଧାୱା, ରାପର ବାଦଶାହା ଓ ସୁଜେନ ଖାନ୍ ଉପସ୍ଥିତ ଥିଲେ। ଏସମସ୍ତଙ୍କ ଉପରେ ମାମଲା ଦାୟର ହୋଇଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାତି ପ୍ରାୟ ୩ଟା ସମୟରେ ମୁମ୍ବାଇ ପୁଲିସ ଅଂଧେରୀସ୍ଥିତ ଡ୍ରାଗନଫ୍ଲାଏ କ୍ଲବରେ ଛାପା ମାରିଥିଲା। କ୍ଲବରେ ପାର୍ଟି ଚାଲିଥିବାବେଳେ ଅନେକ ତାରକା ସାମିଲ ଥିଲେ। ପୁଲିସ ପହଞ୍ଚିବା ପରେ ସୁଜେନ, ଗୁରୁ ଓ ବାଦଶାହ ପଛ କବାଟ ବାଟେ ଖସି ଯାଇଥିଲେ। ଆଉ ସୁରେଶ ରାଇନା ସେଠାରେ ହିଁ ଉପସ୍ଥିତ ଥିଲେ।