କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ମଞ୍ଜୁରୀ

କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ମଞ୍ଜୁରୀ
କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ,  ଲୋକଙ୍କ ଅପେକ୍ଷାର ଅନ୍ତ ଘଟିଲା। ସମସ୍ତଙ୍କ ମନରେ କରୋନା ଟିକାକୁ ନେଇ ଥିବା ପ୍ରଶ୍ନ ଦୂର ହୋଇଯାଇଛି। ଆଜି କେନ୍ଦ୍ରସରକାର ଏକ ବଡ ଘୋଷଣା କରିଛନ୍ତି। ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ୨ଟି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ପ୍ରଦାନ କରିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡ. ଭିଜି ସୋମାନି। ଡିସିଜିଆଇର ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ସେପଟେ ଏହି ଦୁଇଟି ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଭିିଜି ସୋମାନି କହିଛନ୍ତି। ପ୍ରତ୍ୟେକ ଟିକା ପାଇଁ ସାମାନ୍ୟ ଜ୍ୱର, ଯନ୍ତ୍ରଣା ଏବଂ ଆଲର୍ଜି ପରି କେତେକ ପାର୍ଶ୍ୱ ପ୍ରତିକ୍ରିୟା ଏକ ସାଧାରଣ ଅଟେ। ସାମାନ୍ୟ ସୁରକ୍ଷିତ ଟିକାକୁ କଦାପି ଅନୁମୋଦନ ଦିଆଯିବ ନାହିଁ ବୋଲି ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆର ଡ. ଭିଜି ସୋମାନି କହିଛନ୍ତି।

ଶନିବାର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବିଶେଷଜ୍ଞ ସମିତି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହା ପୂର୍ବରୁ ଶୁକ୍ରବାର ଅକ୍ସଫୋର୍ଡ-ଆଷ୍ଟ୍ରେଜେନିକା କରୋନା ଟିକା କୋଭିସିଲ୍ଡକୁ ଜରୁରୀ ବ୍ୟବହାରକୁ ମଞ୍ଜୁର କରାଯାଇଥିଲା। ଡିସିଜିଆଇର ଅନୁମୋଦ ପରେ ଏବେ ଭାରତରେ କୋଭିଡ-୧୯ ଟିକା ଉପଲବ୍ଧ ହେବ।