କରୋନା ପାଇଁ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

କରୋନା ପାଇଁ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର
କରୋନା ପାଇଁ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ରାଜ୍ୟରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟ ତଥା ରାଜ୍ୟ ବାହାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରୁଛି ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ସହ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖି ସାନିଟାଇଜ୍‌ କରାଯିବାକୁ ନିଷ୍ପତି ହୋଇଛି। ମାସ୍କ ପରିଧାନ ସହ ହ୍ୟାଣ୍ଡ ସାନିଟାଇଜ୍‌କୁ ଗୁରୁତ୍ୱ ଦିଆଯାଇଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ସେବାୟତ ଓ ଭକ୍ତମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି ।

ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ସପ୍ତାହକୁ ଗୋଟିଏ ଦିନ, ଅପାତତଃ ପ୍ରତି ରବିବାର, ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯିବାକୁ ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁଙ୍କ ମାସ୍କ ପରିଧାନ, ସାନିଟାଇଜ୍‌ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି ।