କରୋନା ଭୟ : ମାଲେସିଆରେ ଜରୁରୀ ପରିସ୍ଥିତି ଘୋଷଣା

କରୋନା  ଭୟ : ମାଲେସିଆରେ ଜରୁରୀ ପରିସ୍ଥିତି ଘୋଷଣା
କରୋନା  ଭୟ : ମାଲେସିଆରେ ଜରୁରୀ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ, କୋଭିଡ୍ ପରିସ୍ଥିତି ଭୟାବହ ରୂପ ଧାରଣ କରିଥିବାରୁ ମାଲେସିଆରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ ଜରୁରୀ ପରିସ୍ଥିତି ଘୋଷଣା ଅବଶ୍ୟମ୍ଭାବୀ ହୋଇପଡିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେବାପରେ ମାଲେସିଆ ରାଜା ଅଲ୍ ସୁଲତାନ ଅବଦୁଲ୍ଲା ମଙ୍ଗଳବାର ଏହାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ମାଲେସିଆରେ ଦୁଇ ସପ୍ତାହ ବ୍ୟାପୀ ଲକ୍ଡାଉନ ଜାରି ରହିଛି। ଜରୁରୀ ପରିସ୍ଥିତି ଯୋଗୁଁ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ପ୍ରକାଶ।