କରୋନା ସଂକ୍ରମଣ ବୃଦ୍ଧି କାରଣ ଖୋଜିବ କେନ୍ଦ୍ରୀୟ ଦଳ, ଫୋକସ୍‌ରେ ଓଡ଼ିଶାର ୧୦ ଜିଲା

କରୋନା ସଂକ୍ରମଣ ବୃଦ୍ଧି କାରଣ ଖୋଜିବ କେନ୍ଦ୍ରୀୟ ଦଳ, ଫୋକସ୍‌ରେ ଓଡ଼ିଶାର ୧୦ ଜିଲା
କରୋନା ସଂକ୍ରମଣ ବୃଦ୍ଧି କାରଣ ଖୋଜିବ କେନ୍ଦ୍ରୀୟ ଦଳ, ଫୋକସ୍‌ରେ ଓଡ଼ିଶାର ୧୦ ଜିଲା

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ସ୍ବତନ୍ତ୍ର କେନ୍ଦ୍ରୀୟ ଦଳ ଶନିବାର ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିଛନ୍ତି। ଅପରପକ୍ଷରେ ଉଚ୍ଚଶକ୍ତି ସମ୍ପନ୍ନ କେନ୍ଦ୍ରୀୟ ଦଳ ପଞ୍ଜାବ ଓ ମହାରାଷ୍ଟ୍ର ଗସ୍ତ କରିଛନ୍ତି। କେନ୍ଦ୍ରୀୟ ଦଳ ସଂକ୍ରମଣ ବୃଦ୍ଧିର କାରଣ ଖୋଜିବେ ବୋଲି କୁହାଯାଇଛି। କେନ୍ଦ୍ରୀୟ ଦଳ ଗସ୍ତ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛନ୍ତି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ପୁଡୁଚେରୀ। ଏହି ଅଞ୍ଚଳର ମୋଟ ୬୩ଟି ଜିଲାରେ ସର୍ବାଧିକ ସଂକ୍ରମଣ ରେକର୍ଡ କରାଯାଇଥିବାରୁ ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ ପାଇଁ ପରୀକ୍ଷା, ଯାଞ୍ଚକୁ ତ୍ବରାନ୍ବିତ କରିବା ସହ ଚିକିତ୍ସା ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ସେମାନଙ୍କ ମାଧ୍ୟମରେ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।