କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି : ଆବଶ୍ୟକ ହେଲେ ହୋଇପାରେ ଲକଡାଉନ – ଡିଏମଇଟି ସିବିକେ ମହାନ୍ତି

କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି : ଆବଶ୍ୟକ ହେଲେ ହୋଇପାରେ ଲକଡାଉନ – ଡିଏମଇଟି ସିବିକେ ମହାନ୍ତି
କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି : ଆବଶ୍ୟକ ହେଲେ ହୋଇପାରେ ଲକଡାଉନ – ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର:  କୋଭିଡର ସାଂପ୍ରତିକ ସ୍ଥିତିକୁ ନେଇ ଡିଏମଇଟି ସିବିକେ ମହାନ୍ତି ଆଜି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି, ଆବଶ୍ୟକ ହେଲେ ଲକଡାଡନ ହୋଇପାରେ, ଏବେ ଲକଡାଉନର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକଡାଉନକୁ ଏଡାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।