କାର୍ ଓ ଅଟୋ ଧକ୍କା, ୧୭ ଆହତ

କାର୍ ଓ ଅଟୋ ଧକ୍କା, ୧୭ ଆହତ
କାର୍ ଓ ଅଟୋ ଧକ୍କା, ୧୭ ଆହତ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ରାସଗୋବିନ୍ଦପୁର-ଷ୍ଟେସନ ଅମର୍ଦ୍ଦା ରାଜ୍ୟ ରାଜପଥର ବାଙ୍କବଣ ନିକଟରେ ଏକ କାର ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଟୋ ଚାଳକ ଜାକିର ହୋସେନ, ଅଟୋ ଯାତ୍ରୀ ସୁମତୀ ବେହେରା, ପୁଷ୍ପାଞ୍ଜଳୀ ବେହେରା, ସାବିତ୍ରୀ ମୁଖୀ, ସୀମା ବେହେରା, କାଳି ମହାକୁଡ଼, ମୀନା ମୁଖୀ, ଶାନ୍ତି ବିଶ୍ୱାଳ, ଛବି ମୁଖୀ, ଗୀତା ଜେନା, ସୁଭଦ୍ରା ନାଏକ , ରୀତା ବେହେରା, ପ୍ରମିଳା ବିଶ୍ୱାଳ, ଝିଲି ବେହେରା, ଚୁମୁକି ମୁଖୀଙ୍କ ସହିତ କାରରେ ଥିବା କେନ୍ଦୁଝର ଟାଉନର ଆଲୋକ ସାହୁ , ଜ୍ୟୋତିପ୍ରକାଶ ମଲ୍ଲିକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଛି।