କାଲିଠୁ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ ଖୋଲା ଏବଂ ବନ୍ଦ

କାଲିଠୁ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ ଖୋଲା ଏବଂ ବନ୍ଦ
କାଲିଠୁ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କ’ଣ ରହିବ ଖୋଲା ଏବଂ ବନ୍ଦ

ଭୁବନେଶ୍ୱର:  ଆସନ୍ତାକାଲି ଠାରୁ   ଛତିଶଗଡ ସମୀନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ସେହିପରି ଅନ୍ୟ ସବୁ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳିନ କର୍ଫ୍ୟୁ ରହିବ । ଏହି ସମୟରେ ସାଧାରଣ ଜନତାଙ୍କ ଗତିବିଧିକୁ ବନ୍ଦ କରାଯାଇଛି ।ଏହାସହ କଣ କଣେ ସେବା ଜାରି ରହିବ ସେନେଇ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ।

ନାଇଟ୍‌ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟତ କରିପାରିବେ ।

ସଟଡାଉନ ସମୟରେ ମଧ୍ୟ ଜରୁରୀ ସେବା ଜାରି ରହିବ । ଏହି ସମୟରେ ବିବାହ ଓ ଶେଷକୃତ୍ୟ କର୍ମ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କାର୍ଯ୍ୟ କରିପାରିବେ । ତେଜରାତି ସାମଗ୍ରୀ ଓ ଖାଦ୍ୟ ହୋମ୍‌ ଡେଲିଭରି ହୋଇପାରିବ । କୃଷି, ମାଛ ଚାଷ, ପଶୁପାଳନ ଓ ଶିଳ୍ପାନୁଷ୍ଠାନ କାମ କଟକଣାମୁକ୍ତ ରହିଛି । ରାଜପଥ ଓ ଏନଏଚ ପାଶ୍ୱର୍ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଅବଧିକୁ ବଢ଼ାଯାଇଛି । ଏସବୁ ଜିଲ୍ଲାରେ ଆସନ୍ତା ୧୭ ତାରିଖଠାରୁ (ଶନିବାରଠାରୁ) ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏହି ୧୦ ଜିଲ୍ଲାର ସବୁ ସହରାଞ୍ଚଳରେ ଆସନ୍ତା ୧୭ ତାରିଖରୁ ପ୍ରତି ଶନିବାର-ରବିବାର ସଟଡାଉନ ହେବ । ବାକି ୨୦ ଜିଲ୍ଲାର ସବୁ ସହରାଞ୍ଚଳରେ ଆସନ୍ତା ଶୁକ୍ରବାରଠୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ।