କାଲି ଓଡିଶା ବନ୍ଦ: ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଖଚକ ଗଢ଼ିବନି

କାଲି ଓଡିଶା ବନ୍ଦ:  ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଖଚକ ଗଢ଼ିବନି
କାଲି ଓଡିଶା ବନ୍ଦ:  ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଖଚକ ଗଢ଼ିବନି

ସୋମବାର ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଜ୍ୟରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଖଚକ ଗଢ଼ିବନି। ହେଲେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେଵା ଜାରି ରହିବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ପୁଲିସ ଵିଭାଗ ସରକାରୀଙ୍କ ଵୋଲକରା ସାଜିଛି। ଜନସାଧାରଣଙ୍କୁ ସୁରକ୍ଷା ଦେଵା ପରିଵର୍ତ୍ତେ ଅତ୍ୟାଚାର କରିଵାରେ ଲାଗିଛି। ରାଜ୍ୟଵାସୀଙ୍କ ଭରସା ସରକାରଙ୍କ ଉପରେ ଉଠିଗଲାଣୀ। ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଲାଣି। ଏହାଵ୍ୟତୀତ ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ, ହତ୍ଯା, ଅପହରଣ ଶେଷ ସୀମା ପହଞିଛି। 
ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ରାଜ୍ୟଵାସୀଙ୍କୁ ପ୍ରତାରଣା କରିଛନ୍ତି। ଆଚ୍ଛା ଦିନ ଆସିବ କଥା କହି ତୈଳ ଦର 90 ଛୁଇଁଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ଵେଳେ ଭାରତରେ ତୈଳ ଦର ବୃଦ୍ଧି ହେଵାରେ ଲାଗଛି। ଉପା ସରକାର ସମୟରେ ଦେଶରେ ତୈଳ ଦର ନିୟନ୍ତ୍ରଣ ଭିତରେ ରହିଥିଲା। ହେଲେ ବର୍ତ୍ତମାନ ତୈଳ ଦର ବୃଦ୍ଧି ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣ, ଗରିବ ଓ ମଧ୍ୟବିତ୍ତଙ୍କ ପେଟରେ ଲାତ ମାରିଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହେଲାଣି। ଏହାଫଳରେ ଜନସାଧାରଣ ଚଳିବା ପାଇଁ କଷ୍ଟକର ହେଲାଣି। ଏତିକି ସମୟରେ ପୁଣି ଚାଷୀଙ୍କ ପଛରେ କେନ୍ଦ୍ର ସରକାର ଛୁରି ମାରିଛନ୍ତି। ପୁଞିପତିଙ୍କ ସ୍ଵାର୍ଥ ପାଇଁ କୃଷି ଵିଲ ଆଣିଛନ୍ତି। ଏହି ବିଲ ଫଳରେ କୃଷକ ତା'ର ଉତ୍ପାଦିତ ଫସଲର ଉପଯୁକ୍ତ ଦର ପାଇବ ନାହିଁ। ସଵୁଵେଳେ ଶୋଷଣର ଶିକାର ହେଵ। ପୁଞିପତିଙ୍କ ହାତରେ ସଵୁ ନିୟନ୍ତ୍ରଣ ରହିବା। ଏଥିରେ ନା ଚାଷୀକୁଳ ଲାଭବାନ ହେବ ନା ଲୋକେ ଉଚିତ ମୂଲ୍ୟରେ ଜିନିଷ ପାଇବେ। ସଵୁଠାରୁ ବଡ଼ କଥା ହେଲା ଏହି ବିଲ ଆଣିବା ପଛରେ ବିଜେଡିର ସମର୍ଥନ ରହିଛି। ଉଭୟ ଚାଷୀ ପାଇଁ କେଵଳ କୁମ୍ଭୀର କାନ୍ଦଣା କରୁଛନ୍ତି। ତୁରନ୍ତ ତୈଳ ଦର ହ୍ରାସ କରନ୍ତୁ ଓ କୃଷି ଵିଲ ଵାତିଲ କରନ୍ତୁ। ନହେଲେ ଆଗରୁ ପରିସ୍ଥିତି ଭୟାନକ ହେବ ଵୋଲି ସେ ଚେତାବନୀ ଦେଇଛନ୍ତି। ବନ୍ଦ ପାଳନ ପାଇଁ ରାଜ୍ୟଵାସୀଙ୍କ ଏକ ହେଵାକୁ ନିବେଦନ କରିଛନ୍ତି। ସଜପରେ ବନ୍ଦକୁ ନିଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟପକ ପୁଲିସ ମୁତୟନ କରିବା ଲାଗି ବ୍ୟବସ୍ଥା ହୋଇଛି।  ନଳିନୀ