Tuesday, January 20, 2026
22.5 C
Odisha

    କଳଙ୍କିତ ସପ୍ତାହ

    ଆଗକୁ ପଢନ୍ତୁ

    ୧- ଡିପ୍ଲୋମା ଛାତ୍ରୀଙ୍କୁ ମଦ ପିଆଇ ଗଣଦୁଷ୍କର୍ମ
    ରବିବାର ରାତିରେ ରାଉରକେଲାରେ ଜଣେ ନାବାଳିକା ଡିପ୍ଲୋମା ଛାତ୍ରୀଙ୍କୁ ମଦ ପିଆଇ ୨ ଜଣ ପୁରୁଷ ବନ୍ଧୁ ସମେତ ୫ ଜଣ ଗଣଦୁଷ୍କର୍ମ କରିଥିବା ମଙ୍ଗଳବାର ରଘୁନାଥ ପାଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
    ୨- ବେଙ୍ଗାଲୁରୁରେ ଯୁବତୀଙ୍କୁ ୫୯ଖଣ୍ଡ କରିବା ଘଟଣାରେ ଭଦ୍ରକରେ ଅଭିଯୁକ୍ତର ଆତ୍ମହତ୍ୟା
    ବେଙ୍ଗାଲୁରୁର ମାଲେଶ୍ୱରମ୍ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ୫୯ଖଣ୍ଡ କରି କାଟି ଫ୍ରିଜ୍ ରେ ରଖିବା ଘଟଣା ସାରାଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। ହତ୍ୟାକାରୀ ଅଭିଯୁକ୍ତ ଭଦ୍ରକର ହୋଇଥିବା ବେଳେ ସେ ଧରାପଡ଼ିବା ଭୟରେ ଆତ୍ମହତ୍ୟା କରିଥିଲା ବୋଲି କୁହାଯାଉଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅଧୀନ ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ । ମୃତଦେହ ଆରଡ଼ି ପୁଲିସ ଜବତ କରିଥିବା ବେଳେ ଏହି ଘଟଣାକୁ ଆହୁରି ଜଟିଳ କରିଦେଇଛି। ବ୍ଲାକମେଲ୍ ରେ ଅତିଷ୍ଠ ହୋଇ ଏଭଳି ଘଟଣା ଘଟିଥିଲା।
    ୩- ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀ ଗିରଫ
    ବାଲିଅନ୍ତା ଥାନା ପୁଲିସ ବୁଧବାର ଯୌତୁକ ନିର୍ଯାତନା ଏବଂ ହତ୍ୟା ମାମଲାରେ ବାଳକାଟି ଫାଣ୍ଡି ଅଧୀନ ପୂରଣ ଶାସନ ଗ୍ରାମର ଦିଲ୍ଲୀପ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଲ୍ଲୀପଙ୍କର ପରକୀୟା ପ୍ରୀତି କୁ ନେଇ ସ୍ତ୍ରୀ ସୁଚିତ୍ରାଙ୍କ ସହ ବାରମ୍ବାର ଝଗଡ଼ା ହେଉଥିଲା। ଯୌତୁକ ପାଇଁ ନିର୍ଯାତନା ଦେବାସହ ଗତ ଅଗଷ୍ଟ ୯ ତାରିଖରେ ମରଣାନ୍ତକ ଆକ୍ରମଣ କରିବାରୁ ସୁଚିତ୍ରାଙ୍କ ମୃତ୍ୟୁ ହୋଇଥିଲା।
    ୪- ବୁଲୁ ବିଷୋୟୀ ହତ୍ୟା ମାମଲାରେ ବାପା, ପୁଅ, ଝିଅଙ୍କୁ ଆଜୀବନ
    ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ପୁରୁଣାବୋରି ଗ୍ରାମର ବହୁଚର୍ଚ୍ଚିତ ବୁଲୁ ବିଷୋୟୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ପ୍ରବୀର୍ କୁମାର ଚୌଧୁରୀ ମାମଲାର ବିଚାର କରି ଅଭିଯୁକ୍ତ ଖଦାଳ ପ୍ରଧାନ, ପୁଅ ବାବୁ ପ୍ରଧାନ ଓ ଝିଅ ଟିକି ପ୍ରଧାନଙ୍କୁ ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି। ୨୦୨୧ ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା।
    ୫- ହତ୍ୟାକାରୀ ଭାଇଙ୍କୁ ଆଜୀବନ
    ଶନିବାର ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନରେ ଗତ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରଜଜ୍ ଦେବଦତ୍ତ ପଟ୍ଟନାୟକ ୨ ଅଭିଯୁକ୍ତ ଭାଇଙ୍କୁ ଆଜୀବନ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି। ଦୋଷୀ ଦୁଇ ଭାଇ ହେଲେ ବଡଗଡ ଗ୍ରାମର କବିରାଜ ଦାସ ଓ ଯୋଗେନ୍ଦ୍ର ଦାସ। କବାଡି ଖେଳୁଥିବା ସମୟରେ ସୀମାଞ୍ଚଳ ସେଠୀ ବାଇକରେ ଯିବାରୁ ଏ ନେଇ ବଚସା ହୋଇଥିଲା। ଦୁଇ ଭାଇ ଛୁରିରେ ସୀମାଞ୍ଚଳ ଛାତିକୁ ଭୁସି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
    ୬- ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା
    ବରଗଡ଼ ଜିଲ୍ଲା ଭିଏସଏସ ନଗର ସ୍ଥିତ ସୁନାରି ଗଳି ଠାରେ ରବିବାର ଅପରାହଣ ବେଳେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ସୁଶାନ୍ତ ସାହୁ। ହତ୍ୟାକାଣ୍ଡ ପରେ ଫେରାର ଥିବା ମଗଶିର ସାହୁକୁ ବରଗଡ଼ ଟାଉନ ଥାନା ପୁଲିସ ଗିରଫ କରିଛି।
    ୭- ପିତୃହନ୍ତାକୁକୁ ଆଜୀବନ
    ମଙ୍ଗଳବାର ବହୁଚର୍ଚ୍ଚିତ ବାଲୁଙ୍କେଶ୍ୱର ମହାନ୍ତି ହତ୍ୟା ମାମଲାର ବିଚାର କରି ଆଠଗଡର ଅତିରିକ୍ତ ଜିଲ୍ଲା ଦୌରଜଜ୍ ରାଜକିଶୋର ଦାସ ପିତୃହନ୍ତା ଅପର୍ତ୍ତି ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଆଠଗଡ ବ୍ଲକ ବେଣ୍ଟପଦା ଗ୍ରାମର ବାଲୁଙ୍କେଶ୍ୱରଙ୍କୁ ତାଙ୍କ ନିଜ ପୁଅ ଅପର୍ତ୍ତି ଲୁହା ରଡ଼ରେ ମୁଣ୍ଡକୁ ପିଟି ହତ୍ୟା କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    25 %
    0.7kmh
    0 %
    Tue
    21 °
    Wed
    31 °
    Thu
    30 °
    Fri
    31 °
    Sat
    32 °

    ସମ୍ବନ୍ଧିତ