Thursday, February 12, 2026
30.9 C
Odisha

    କଳାତାଲିକାଭୁକ୍ତ କମ୍ପାନିକୁ ୩ଶହ କୋଟିର କାମ: ଅଣ୍ଡା ମାଡ଼, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋରେ ନିଆଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଳା ତାଲିକାଭୁକ୍ତ ୱାପ୍‌କସ କମ୍ପାନିକୁ ଜନଜାତି ଐତିହ୍ୟ ଓ ସ୍ବାଭିମାନ ଭବନ, ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଆଶ୍ରୟ ସ୍କୁଲର ପାହ୍ୟା ବୃଦ୍ଧି ପାଇଁ ୩ଶହ କୋଟିର କାମ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ବରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା। ପୁଲିସ ସହ ଧସ୍ତାଧସ୍ତି ସମୟରେ ଯୁବ କଂଗ୍ରେସ କର୍ମୀ ପୁଲିସ ଉପରକୁ ଅଣ୍ଡା ମାଡ଼ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ଫଟୋକୁ ତଳେ ପକାଇ ନିଆଁ ଲଗାଇଥିଲେ।
    ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସୁନ୍ଦରଗଡ଼ ସହରର ମଧ୍ୟ ଭାଗରେ ଥିବା ବିଜୁଳି ବନ୍ଧ(ପୋଖରୀ)ର ସୌନ୍ଦର୍ଯ୍ୟକରଣ ପାଇଁ ଡିଏମ୍‌ଏଫ୍‌ ତରଫରୁ ୩୦କୋଟିର ବ୍ୟୟ ଅଟକଳ କରିଥିଲେ। ୱାପ୍‌କସ ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବା ବେଳେ କୌଣସି ଅଗ୍ରଗତି ନ ହେବାରୁ କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଇଥିଲା। ମାତ୍ର ରାଜ୍ୟ ସରକାର ଏହି କଳା ତାଲିକାଭୁକ୍ତ କମ୍ପାନି ୩ଶହ କୋଟି ଟଙ୍କାର କାମ ଦେଇଛନ୍ତି। ସାଧୁତାର ଡେଙ୍ଗୁରା ପିଟୁଥିବା ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ରାଜ୍ୟବାସୀଙ୍କୁ ଜଣାନ୍ତୁ। ରାଜ୍ୟରେ ବିଜେପି ଶାସନରେ କଳା ତାଲିକାଭୁକ୍ତ କମ୍ପାନିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାମ କରୁଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ବହିଷ୍କାର ଓ ବିଭାଗୀୟ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ରାଜ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ୟାସିର ନୱାଜ, ମନୋଜ ବିଶ୍ବାଳ, ଅଜୟ ସାହୁ, ମହମ୍ମଦ ଗୁଲଫାମ, ନିହାର ବେହେରା, ଗଣେଶ ଦାସ, ମିର୍ଜା ଇସଲାମ ବେଗ, ଆଶିଷ ମହାନ୍ତ, ମହମ୍ମଦ ପରଭେଜ, ଗୋପନ ମାର୍ଥା ଓ ଅନ୍ୟମାନେ ସାମିଲ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.9 ° C
    30.9 °
    30.9 °
    18 %
    2.5kmh
    2 %
    Thu
    32 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ