Saturday, May 17, 2025
25.1 C
Odisha

    କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ: ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଗୋଟି ଗୋଟି କରି ଖୋଜାଯିବ ଏବଂ ଦଣ୍ଡିତ କରାଯିବ। ଯେଉଁମାନେ ଏହି କାଣ୍ଡ ପଛରେ ରହିଛନ୍ତି ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କୀମାନଙ୍କୁ ଏଭଳି କଠୋର ଚେତାବନୀ ଦେଇଛନ୍ତି। ବିହାରରେ ଆୟୋଜିତ ଏକ ଜନସଭାରେ ମୋଦୀ ଯୋଗଦେଇ ଆକ୍ରମଣକୁ ନେଇ ଦୁଃଖପ୍ରକାଶ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦେଶବାସୀଙ୍କୁ ଅଶ୍ଵାସନା ଦେଇଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ, ଏପ୍ରିଲ ୨୨ରେ ଆତଙ୍କବାଦୀମାନେ ପହଲଗାମରେ ୨୮ ନୀରିହ ଲୋକଙ୍କୁ ହତ୍ୟା କଲେ। ଏହି ଘଟଣା ପରେ ଦେଶ ଦୁଃଖରେ ରହିଛି। ଆମେ ପୀଡ଼ିତମାନଙ୍କ ପରିବାର ସାଥୀରେ ଛିଡ଼ା ହୋଇଛୁ। ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    75 %
    5.4kmh
    100 %
    Sat
    25 °
    Sun
    38 °
    Mon
    40 °
    Tue
    39 °
    Wed
    37 °

    ସମ୍ବନ୍ଧିତ