କଳା ହରିଣ ଶିକାର ମାମଲା: ଯୋଧପୁର ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ମିଳିଲା ସଲମାନଙ୍କୁ ଆଶ୍ୱସ୍ତି

କଳା ହରିଣ ଶିକାର ମାମଲା: ଯୋଧପୁର ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ମିଳିଲା ସଲମାନଙ୍କୁ ଆଶ୍ୱସ୍ତି
କଳା ହରିଣ ଶିକାର ମାମଲା: ଯୋଧପୁର ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ମିଳିଲା ସଲମାନଙ୍କୁ ଆଶ୍ୱସ୍ତି

କଳା ହରିଣ ଶିକାର ମାମଲାରେ ଯୋଧପୁର ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଅଭିନେତା ସଲମାନ ଖାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସଲମାନଙ୍କ ବିରୋଧରେ ମିଥ୍ୟା ସାକ୍ଷ୍ୟ ଆଣିବା ନେଇ ରାଜ୍ୟ ସରକାରଙ୍କ ୩୪୦ ପ୍ରାର୍ଥନା ପତ୍ର ଅଦାଲତ ଖାରିଜ କରି ଦେଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ସଲମାନଙ୍କ ବିରୋଧରେ ଦାୟର ହୋଇଥିବା ପିଟିସନ ନିମ୍ନସ୍ତର ଅଦାଲତ ଖାରଜ କରି ଦେଇଥିଲେ।

ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତ କହିଛନ୍ତି ଯେ, ଯୋଧପୁର ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୨ ପିଟିସନକୁ ସମ୍ପୂର୍ଣ୍ଣ ପର୍ଯ୍ୟାୟକ୍ରମେ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଜୁନରେ ନିମ୍ନସ୍ତର ଅଦାଲତ ଏକ ଭୁଲ ଏଫିଡେଭିଟ ଦାୟର କରିବା ମାମଲାରେ ସଲମାନଙ୍କୁ ଦୋଷମୁକ୍ତ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହି ଆଦେଶ ବିରୋଧରେ ଜିଲ୍ଲା ଓ ଦୌରାଜଜରେ ଆବେଦନ ଦାଖଲ କରିଥିଲେ। ସଲମାନଙ୍କ ଲାଇସେନ୍ସ ହଜିନଥିଲା ବରଂ ନବୀକରଣ ପାଇଁ ପ୍ରସ୍ତୁତ କରାଯାଉଥିଲା ସେଥିପାଇଁ ଭୁଲ ଏଫିଡେଭିଟ ଦେବାକୁ ପଡ଼ିଥିଲା ବୋଲି ସଲମାନଙ୍କ ପକ୍ଷରୁ କୁହାଯାଇଥିଲା।