କୃଷକଙ୍କ ଦାବି ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚିଠି

କୃଷକଙ୍କ ଦାବି ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚିଠି
କୃଷକଙ୍କ ଦାବି ଶୁଣିବାକୁ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଚିଠି

ନୂଆଦିଲ୍ଲୀ,କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ଥମିବାରେ ନାଁ ଧରୁନାହିଁ। ବୈଠକ ପରେ ବୈଠକ ବସୁଥିଲେ ବି ନିଷ୍କର୍ସ ବାହାରୁ ନାହିଁ। ଏହି ଅବସରରେ ଜଣେ ଆନ୍ଦୋଳନରତ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କୁ ଆବେଗଭରା ଚିଠି ଲେଖିଛନ୍ତି। ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବା ଲାଗି ତାଙ୍କ ପୁଅକୁ ବୁଝାଇବା ପାଇଁ ପଞ୍ଜାବର ଫିରୋଜପୁର ଅଞ୍ଚଳର ହରପ୍ରୀତ ସିଂହ ନାମକ ଏହି ଚାଷୀଜଣକ ହୀରାବେନଙ୍କୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ମୁଁ ମୋ ଗଭୀର ହୃଦୟରୁ ଏହି ଚିଠି ଲେଖୁଛି। ଆପଣ ଜାଣିଛନ୍ତି ଯେ, ୩ଟି କଳା ଆଇନ ଯୋଗୁ ସାରା ଦେଶ ଓ ବିଶ୍ୱକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତାମାନେ ଦିଲ୍ଲୀର ରାଜରାସ୍ତାରେ ପ୍ରବଳ ଥଣ୍ଡାରେ ଶୋଇବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୦/୯୫ ବର୍ଷୀୟ ବୃଦ୍ଧ, ଶିଶୁ ଏବଂ ମହିଳା ଅଛନ୍ତି। ଥଣ୍ଡା ପାଗ ଯୋଗୁ ଆନ୍ଦୋଳନକାରୀ ଅସୁସ୍ଥ ହୋଇପଡ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲାଣି।