କାହିଁକି ଭାରତ ଏବେ ଭାରତ କାହିଁକି ନୁହେଁରେ ପରିଣତ ହେଲାଣି : ମୋଦୀ

କାହିଁକି ଭାରତ ଏବେ ଭାରତ କାହିଁକି ନୁହେଁରେ ପରିଣତ ହେଲାଣି : ମୋଦୀ
କାହିଁକି ଭାରତ ଏବେ ଭାରତ କାହିଁକି ନୁହେଁରେ ପରିଣତ ହେଲାଣି : ମୋଦୀ

ନୂଆଦିଲ୍ଲୀ : ଏସୋଚେମ ସ୍ଥାପନା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ କହିଛନ୍ତି ଯେ, ‘ନୂଆ ଭାରତ ନିଜ ସମାର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛି ଓ ଆମର ସବୁ ଧ୍ୟାନ ଏବେ ଉତ୍ପାଦନ ବଢ଼ିବା ଦିଗରେ ଲାଗିଛି। ପୂର୍ବରୁ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ କାହିଁକି ଭାରତ କୁହାଯାଉଥିଲା କିନ୍ତୁ ଏବେ ଭାରତ କାହିଁକି ନୁହେଁ ବୋଲି କୁହାଯାଉଛି। ଦେଶ ସବୁ ଦିଗରେ ଖୁବ୍ ଦ୍ରୁତ ଗତିରେ ଅଗ୍ରସର ହେବାରେ ଲାଗିଛି। ଏବେ ଲୋକାଲ ଫର ଭୋକାଲ ସହ ଭାରତକୁ ଲୋକାଲ ଫର୍ ଗ୍ଲୋବାଲ ଚିନ୍ତାଧାରା ସହ ଆଗକୁ ବଢ଼ିବାର ଅଛି।’